ରାଜଗାଙ୍ଗପୁର 3/7/26(ଉତ୍କଳ ସମାଚାର)ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ (ଓମସା) ର ଆହ୍ଵାନ କ୍ରମେ ଗତକାଲି ଠାରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ମ ବିରତି ଆନ୍ଦୋଳନରେ ଯୋଗ ଦେବାରୁ OPD/ IPD ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଆସୁଥିବା ବହୁ ରୋଗୀ ଓ ତାଙ୍କ ସମ୍ପର୍କିୟ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି। ଏବଂ ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ରୋଗି ମାନେ ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି। ତେବେ ଓମସା ତରଫରୁ ଆପତକାଳୀନ ଚିକିତ୍ସା ସେବାରେ କୈ।ଣସି ବାଧା ସୃଷ୍ଟି କରାଯାଇନାହିଁ ଏବଂ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।ଆନ୍ଦୋଳନ କାରୀ ଡାକ୍ତର ମାନଙ୍କ ତରଫରୁ କୁହାଯାଇଛି ଯେ,ଦିର୍ଘ ଦିନଧରି ଓମସା ତରଫରୁ ୧୦ ଦଫା ଦାବିରେ କୁହାଯାଇଛି ଯେ, ଖାଲିଥିବା ବିଶେଷଜ୍ଞ ଡାକ୍ତର, ଏମ ବି ଏସ ଡାକ୍ତର ପଦ ପଦବୀ ରେ ନିଯୁକ୍ତି, ଆବଶ୍ୟକତା ଅନୁଯାୟୀ ଡାକ୍ତର ନିଯୁକ୍ତି, ଡାକ୍ତର ମାନଙ୍କ ସୁରକ୍ଷା ଓ ସେବା ସମ୍ବନ୍ଧୀୟ ଦାବି ସବୁ ସରକାର ଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲେ ମଧ୍ୟ ଦାବି ଗୁଡିକ ପୂରଣ ନହେବାରୁ କର୍ମ ବିରତି ଭଳି କଠୋର ନିଷ୍ପତ୍ତି ନେବାକୁ ଓମସା ବାଧ୍ୟ ହୋଇଛି। ବର୍ତ୍ତମାନ ଦୁଇ ଜଣ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜଗାଙ୍ଗପୁର ବିଧାନ ସଭା ଅନ୍ତର୍ଗତ ଅଧାରୁ ଅଧିକ ଲୋକେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏଠାରେ ସ୍ଵିକୃତି ପ୍ରାପ୍ତ ପୋଷ୍ଟ ଖାଲିପଡ଼ିଛି , ମଝି ମଝିରେ ଡାକ୍ତର ମାନେ ଛୁଟିରେ ରହିବାରୁ ଏବଂ କେତେକ ଡାକ୍ତର ମାନେ ଅଭ୍ୟାସଗତ୍ ଭାବେ ନିର୍ଧାରିତ ସମୟ ସୀମା ମଧ୍ୟରେ OPD ରେ ବସୁନଥିବାରୁ ଡାକ୍ତରଖାନାରେ ଅଧିକ ଭିଡ ହୋଇଥାଏ ଏବଂ ଘଣ୍ଟା ଘଣ୍ଟା ଧରି ରୋଗି ଓ ରୋଗିଙ୍କ ସମ୍ପର୍କିୟ ମାନଙ୍କୁ ଧାଡ଼ିରେ ଛିଡ଼ା ହୋଇ ଅହେତୁକ ପିଡା ଭୋଗିବାକୁ ପଡ଼ିଥାଏ ,ଏଥିପାଇଁ ଅନେକ ରୋଗୀ ମାନେ ଶିଘ୍ର ସ୍ବାସ୍ଥ୍ୟ ସେବା ପାଇବା ପାଇଁ ପ୍ରାଇଭେଟ୍ କ୍ଲିନିକ୍ ମୁହାଁ ହେବାକୁ ବାଧ୍ୟ ହେଉଥିବାର ଅଭିଯୋଗ ମଧ୍ୟ ହେଉଛି। ଏବିଷୟରେ ବାରମ୍ବାର ଅଭିଯୋଗ କରାଯିବା ସତ୍ବେ ଶାସନ ପ୍ରଶାସନ ତରଫରୁ ଆବଶ୍ୟକତା ଅନୁଯାୟୀ ଡାକ୍ତରଙ୍କ, ନର୍ସିଙ୍ଗ ଷ୍ଟାଫ , ଫାର୍ମାସିଷ୍ଟ ନିଯୁକ୍ତି କରାଯାଉନାହିଁ କି ଅନ୍ୟାନ୍ୟ ଆବଶ୍ୟକ ସୁବିଧା ପ୍ରତି ଧ୍ୟାନ ଦିଆଯାଉନାହିଁ ଏବଂ ରୋଗି ମାନେ ଉନ୍ନତ ମାନର ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।ସରକାର ଯଥା ଶୀଘ୍ର ଓମସା ସହିତ ଆଲୋଚନା କରି ରୋଗୀ ମାନଙ୍କୁ ଉତମ ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।ରାଜଗାଙ୍ଗପୁର ରୁ ରମେଶ ସୋନିଙ୍କ ରିପୋର୍ଟ।

