ସମ୍ବଲପୁର,୦୫/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ଥାନୀୟ ଗୁଜରାଟୀ ହିନ୍ଦୀ ସ୍କୁଲରୁ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ସୁନିତୀ ପଣ୍ଡା (୭୦) ଙ୍କଧନୁପାଲି ମହାବୀରପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ମେଳାପୀ, ଛାତ୍ରବତ୍ସଳ, ପରୋପକାରୀ ଓ ଧାର୍ମିକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ।ତାଙ୍କ ବିୟୋଗରେ ତାଙ୍କ ଝିଅ ରେଶମା ଓ ସୋନାଲି ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ଥାନୀୟ ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି, ଯେଉଁଠାରେ ତାଙ୍କ ପୁତୁରା ତଥା ସାମ୍ବାଦିକ ସଞ୍ଜୀବ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

