ସମ୍ବଲପୁର,୦୫/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ବଲପୁରର ବ୍ଲଡ୍ ବ୍ୟାଙ୍କ ହଲ୍ରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କ୍ଲବ ପକ୍ଷରୁ ୧୫୦ ୟୁନିଟ୍ ରକ୍ତ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଏବଂ ଅତ୍ୟନ୍ତ ଆନନ୍ଦର ସେହି ଲକ୍ଷ୍ୟକୁ ସଫଳତାର ସହ ପୂରଣ କରି ମୋଟ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି ଅବସରରେ କ୍ଲବର ସଭାପତି ରୋଟେରିଆନ୍ ଜିଜି ଜୋସେଫ, ସମ୍ପାଦକ ରୋଟେରିଆନ୍ ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରକଳ୍ପ ଅଧ୍ୟକ୍ଷ ରୋଟେରିଆନ୍ ଡ଼ଃ କଳ୍ପେଶ କକ୍କଡ଼, କ୍ଲବ ସର୍ଭିସ ଡାଇରେକ୍ଟର ରୋଟେରିଆନ୍ ଅମିତାଭ ପରିଡ଼ାଙ୍କ ସହ ରୋଟାରୀ ଜିଲ୍ଲା ୩୨୬୧ର ପିପି ରୋଟେରିଆନ୍ ଏମ୍.ଡି. ପରୱେଜ ଅଲି ଖାନ,ପିପି ରୋଟେରିଆନ୍ ପ୍ରଶାନ୍ତ ରଥ, ପିପି ରୋଟେରିଆନ୍ ଘନଶ୍ୟାମ ମେହେର, ପିପି ରୋଟେରିଆନ୍ ବିଲାଲ ମଲ୍ଲିକ, ଆଇପିପି ରୋଟେରିଆନ୍ ରାଜୀବ ଜୈନ, ପିପି ରୋଟେରିଆନ୍ ଭଗତ ସିଂହ, ପିପି ରୋଟେରିଆନ୍ ଦୀପକ ପାଣିଗ୍ରାହୀ, ରୋଟେରିଆନ୍ ସତ୍ୟନାରାୟଣ ବେହେରା, ରୋଟେରିଆନ୍ ସମ୍ବିତ ସ୍ୱାଇଁ, ରୋଟେରିଆନ୍ ଲିପିକା ଦାସ, ରୋଟେରିଆନ୍ ଉର୍ମିଳା ବେହେରା, ରୋଟେରିଆନ୍ ସୁମିତ ନାୟକ,ରୋଟେରିଆନ୍ ସନ୍ତୋଷ ହୋତା, ରୋଟେରିଆନ୍ ରାଜକିଶୋର ଅଗ୍ରୱାଲ, ରୋଟେରିଆନ୍ ଦୁଷ୍ମନ୍ତ ବେହେରା, ରୋଟେରିଆନ୍ ଗୀତମ ସିଂହ, ରୋଟେରିଆନ୍ ନିଶାନ୍ତ ବୋହିଦାର, ରୋଟେରିଆନ୍ ସଫିନା ନାଜ, ରୋଟେରିଆନ୍ ଇଶା ପାଢ଼ୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

