ପାପଡାହାଣ୍ଡି -19:7:26-(ଉତ୍କଳ ସମାଚାର) ଓଡିଶା ରାଜ୍ୟ ଯୋଗାଣ ସହାୟକ ସଙ୍ଘ ର ଡାକରା କ୍ରମେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର 23 ଗୋଟି ପଂଚାୟତ ରେ କାର୍ଯ୍ୟରତ 17 ଜଣ ଯୋଗାଣ ସହାୟକ ସମୂହ ଛୁଟିରେ ଅଛନ୍ତି ଏବଂ ସଙ୍ଘ ର ଡାକରା ରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି l ସେମାନେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ପଂଚାୟତ ମାନଙ୍କରେ ଯୋଗାଣ ସହାୟକ ଭାବେ ବଣ୍ଟନ ବ୍ୟବସ୍ଥା ରେ ନିୟଜିତ ରହି କାର୍ଯ୍ୟ କରୁଛନ୍ତି l ଏଥିସହ ପିଏମ ଆବାସ ର ସର୍ଭେ ରେ ଜିଓ ଟେଗ କାମ, ବାର୍ଦ୍ଧ୍ୟକ୍ୟ ଭତ୍ତା ବଣ୍ଟନ ରେ ସହାୟତା , ଇ କେୱାଇସି କାମ , ସରକାର ଙ୍କ ନିର୍ବାଚନ କାର୍ଯ୍ୟ ରେ ନିୟଜିତ ଏବଂ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଚାଉଳ ବଣ୍ଟନ କାମକରିଥିଲେ ସୁଦ୍ଧା ସେମାନକୁ କରୋନା ଯୋଦ୍ଧା ର ମାନ୍ୟତା ମିଳିଲା ନାହି, ନିୟମିତ କର୍ମଚାରୀ ଭଳି ପଂଚାୟତ ରେ କାର୍ଯ୍ୟକରୁଥିବା ବେଳ ବର୍ତ୍ତମାନ ସୁଦ୍ଧା ସେମାନକୁ ସରକାରୀ କର୍ମଚାରୀ ର ମାନ୍ୟତା ମିଳିନାହିଁ ତେଣୁ ରାଜ୍ୟ ସଙ୍ଘ ର ଡାକରା ରେ ଜୁଲାଇ 10 ତାରିଖ ଠାରୁ ସମୂହ ଛୁଟିରେ ଅଛନ୍ତି ଯାହାଫଳରେ ସାରାରାଜ୍ୟରେ ପଂଚାୟତ ରେ ଚାଉଳ ବଣ୍ଟନ ବ୍ୟବସ୍ତା ବନ୍ଦ ହୋଇ ଯାଇଛି

