ରାଉରକେଲା:23//7,(ଉତ୍କଳ ସମାଚାର) ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛେଣ୍ଡ ସ୍ଥିତ ମାଉସୀ ମା ମନ୍ଦିର ଠାରେ ପ୍ରସାଦ ବିତରଣ କରାଯାଇଥିଲା। ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ଡ ସଞ୍ଜୁକ୍ତା ପତି ଓ ସମ୍ପାଦକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଏହି ଅବସରରେ ରୋଟାରିଆନ ଇଂ ଅଜିତ ମୋହନ ପୁଜାରୀ ସୁମଧୁର ସ୍ବରରେ ଭଜନ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ରୋଟାରୀଆନ ପ୍ରାକ୍ତନ ସଭାପତି ଡ ମୀନତି ପଣ୍ଡା, ପ୍ରଶାନ୍ତ ରଞ୍ଜନ ପାତ୍ର, ଅର୍ଚ୍ଚନା ଦେବତା, ବସନ୍ତ କୁମାର ତନ୍ତୀ, ଅନିତା ନାୟକ, ସାଗର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

