ରାଉରକେଲା:୨୫/୦୭/୨୦୨୬:(ଉତ୍କଳ ସମାଚାର) ରିଖ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ଓ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଛାତ୍ର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବାରିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋତିଲାଲ ଦୀପ ଓ ଯୁବ ନେତା ଶିବୁ ଦୀପ ଙ୍କ ନେତୃତ୍ୱରେ ଆଜି ରାଉରକେଲା ଉଦିତନଗର ଛକରେ ଏକ ଗଣ ବିଖୋବ ଆୟୋଜନ କରାଯାଇଥିଲା କାରଣ ବିଗତ ଦିନରେ ଦିଲ୍ଲୀ ବିଜେପି ଓ ଦିଲ୍ଲୀ ପୋଲିସ ଦ୍ୱାରା ଯନ୍ତର ମନ୍ତର ରେ ଛାତ୍ର ଛାତ୍ରୀ ଙ୍କ ଉପରେ ହେଇଥିବା ମରଣତ୍ମକ ଆକ୍ରମଣ,ନିଟ ପ୍ରଶ୍ନ ପତ୍ର ଲିକ ଓ ଆମ ନେତା ଦେଶର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଙ୍କ ପ୍ରତି ହେଇଥିବା ଦୁର୍ବ୍ୟବହାର ବିରୁଦ୍ଧରେ କରାଯାଇଥିଲା ଓ ଏହି ବିକ୍ଷୋଭ ସଭାରେ ନରେନ୍ଦ୍ର ମୋଦି, ଅମିତ ସାହା ଓ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଗଲା ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ସାହ ଓ ଧାମେନ୍ଦ୍ର ପ୍ରଧାନ ଙ୍କ ଈଶ୍ତଫା ଦାବି କରାଯାଇ ସ୍ଲୋଗାନ ଦିଆଗଲା ଏହି ବିକ୍ଷୋଭ ରେ ଜିଲ୍ଲା କଂଗ୍ରେସ ସଭାପତି ସବୀର ହୁସେନ,ପୂର୍ବତନ ବିଧାୟକ ପ୍ରାଥୀ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ,ପୂର୍ବତନ ସଭାପତି ଶ୍ରୀ ରବି ରାୟ, ପୂର୍ବତନ ରାଜ୍ୟ କଂଗ୍ରେସ ମହାସଚିବ ଶ୍ରୀ ପ୍ରବୋଧ ଦାସ,ସଂଖ୍ୟା ଲଘୁ ସଭାପତି ଶ୍ରୀ ଏଯାଜ଼ ଅକ୍ଷତର,ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ରଶ୍ମି ପାଢ଼ୀ, ରାଜ୍ୟ ସଂଖ୍ୟାଲଘୁ ମହାସଚିବ ଯୁବ ନେତା ସଦ୍ଦାବ ଅହମଦ,ପ୍ରସନ୍ନ ବଳିୟାରସିଙ୍ଘ,ଜିଲ୍ଲା ଉପସଭାପତି ଖଡେଲ ସେଠି,ଜିଲ୍ଲା ପୂର୍ବତନ ଉପସଭାପତି ଶ୍ରୀ ବାସୁ ବାନାର୍ଜୀ,ଶୁଣିଲ ସିଂହ,ସେଲ ସଭାପତି ଅମିତ ବଡା,ଚଦ୍ରକାନ୍ତ ବାରିକ,ବ୍ଲକ ସଭାପତି ସକୀର ହୁସେନ,ରାକେଶ ବେଉରୀଆ, MD ଗୁଲାବ, ବ୍ଲକ ସଭାପତି ପ୍ରଦୀପ୍ତ ପଣ୍ଡା ନଚିକେତା ମହାପାତ୍ର,ପ୍ରାଦୁମ୍ନ ଷଡ଼ଙ୍ଗୀ,ଅମିତ ଦୀପ, ବିକାଶ ବାଗ ସହିତ ଶତାଧିକ ଛତ୍ର ଛାତ୍ରୀ ଓ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ

