ସମ୍ବଲପୁର,୨୫/୦୭(ଉତ୍କଳ ସମାଚାର),(ସରୋଜ ସାହୁ):କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦିଲ୍ଲୀ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୫୫ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଚଣ୍ଡୀଗଡର ପଖବାଡା ଠାରେ ଫାଇନାଲ ମେଚରେ ଓଡ଼ିଶା ରାଜ୍ୟର ୧୦ ଜଣଙ୍କ ମଧ୍ୟରୁ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର-୧ ର ନବମ ଶ୍ରେଣୀ ଛାତ୍ରୀ ସରସ୍ବତୀ ଷଡ଼ଙ୍ଗୀ ଭାଗନେଇ ସମ୍ବଲପୁର ପହଞ୍ଚିବା ପରେ ବାପା ସେନାର ଅବସର ପ୍ରାପ୍ତ ସୈନିକ ମଣ୍ଟୁ ଷଡ଼ଙ୍ଗୀ ଓ ମା ସୁପ୍ରିମ ଷଡଙ୍ଗୀ ସହ ବିଦ୍ୟାଳୟ ଓ ପୂର୍ବତନ ସେନାଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I ପ୍ରକାଶ ଥାଉକି କବାଡି ଫାଇନାଲ ମେଚ ତାମିଲନାଡୁ ସହ ଓଡ଼ିଶା ଖେଳିଥିବା ବେଳେ ମାତ୍ର ଗୋଟିଏ ପଏଣ୍ଟ ୫୨/୫୩ ରେ ପରାଜୟ ହୋଇ ରନର୍ସ ଅପରେ ସିଲଭର ମେଡେଲ ପାଇଛନ୍ତି I ସରସ୍ୱତୀଙ୍କୁ ବିଦ୍ୟାଳୟର ପ୍ରିନସିପାଲ ରନରଞ୍ଜୟ ସିଂହ,ଖେଳ ଶିକ୍ଷୟତ୍ରୀ ରେଖା ଦେ ଓ ସୋନାଲି କିସପୋଟା ସହ ଅଭିଭାବକ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି I

