ପାପଡାହାଣ୍ଡି ତା 25.7.26:(ଉତ୍କଳ ସମାଚାର)ରିଖ ଦିନ ପାପଡାହାଣ୍ଡି ବ୍ଲକ ଅଧିନସ୍ତ ମୈଦଳ ପୁର, ପାପଡାହାଣ୍ଡି, ଦଳେଇଗୁଡ଼ା ମୋକିଆ ଗ୍ରାମ ଗୁଡିକ ରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି ଏହି ବର୍ଷ ଦଳେଇଗୁଡ଼ା ଗ୍ରାମରେ ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ପଯ୍ୟନ୍ତ ପ୍ରତିଦିନ ଦୁଇଓଳି ଅର୍ଣ୍ଣ ପ୍ରସାଦ ଵେବସ୍ତା କରାଯାଇଥିଲା. ଏଥିରେ ହଜାର ହଜାର ଭକ୍ତ ପ୍ରସାଦ ପାଇବା ପାଇଁ ଲମ୍ବା ଧାଡିରେ ଶାନ୍ତି ଶୃଙ୍ଖଳା ରେ ପ୍ରସାଦ ଗ୍ରହଣ କରୁଥିଲେ ବାହୁଡା଼ଦିନ ଚତୁଃଧା ମୂର୍ତ୍ତି କୁ ପୁରା ଗ୍ରାମ ପରିକ୍ରମା କରି ମନ୍ଦିର ପାଖରେ ରଖାଗଲା. ଏହି ପରି ପାପଡାହାଣ୍ଡି ରେ ମଧ୍ୟ ସକାଳୁ ଦେବନୀତି ସରିଲା ପରେ ଚତୁଃଧା ମୂର୍ତ୍ତିକୁ ପହଣ୍ଡି ବିଜେ କରି ରାଥାରୁଢ କରାଗଲା ଏଥିରେ ମୁଖ୍ୟ ପୂଜକ ସତ୍ୟନାରାୟଣ ନନ୍ଦ ତାଙ୍କୁ ସହଯୋଗ କରିଥିଲେ ହରିଶଙ୍କର ତ୍ରିପାଠୀ, ନୀଳକଣ୍ଠ ତ୍ରିପାଠୀ, ରାମପ୍ରସାଦ ଦାସ ସୁଦର୍ଶନ ପାତ୍ର, ସିଧାଥ ପାଢ଼ୀ, ଓଁକାର ତ୍ରିପାଠୀ,ହରି ପାଣିଗ୍ରାହୀ, ବିକାଶ ମହାପାତ୍ର ଅତୁଲ ସାହୁ, ଗିରିଶ ପଣ୍ଡା, ଅଙ୍କିତ ପଢି,ସୁନୀଲ ଘଣ୍ଟ, ଅଭୟ ପାଢ଼ୀ,ଆପନା ପାଢ଼ୀ ପ୍ରଭୁତି ସହଯୋଗ କରିଥିଲେ. ସୁଦର୍ଶନ ପାତ୍ର ଛେରା ପହଁରା କରିଥିଲେ ବାହୁଡା଼ ରଥଯାତ୍ରା ଦେଖିବା ପାଇଁପ୍ରାୟ ପାଞ୍ଚ ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଲା. ଶାନ୍ତି ଶୃଙ୍ଖଳା ପାଇଁ ପାପଡାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାଇକ ଓ ଏସ ଆଇ ଉମାକାନ୍ତ ଶବର ପୋଲିସ କନେଷ୍ଟେବଲ ଧଜେଶ ଗଣ୍ଡା ପାପଡାହାଣ୍ଡି ଥାନ ଓ ତୁର୍ମୁଲା ଫାଣ୍ଡି ପୋଲିସ ମିଶି ଶାନ୍ତି ଶୃଙ୍ଖଳା ରକ୍ଷ କରିଥିଲେ ଅଗ୍ନିଶମ ବିଭାଗ ପକ୍ଷରୁ ଓ ଆ ସି ଦେବ ଚରଣ ଶବର, ରାଜେଶ କୁମାର ବେହେରା ସିମାଞ୍ଚଳ ସେଠି, ନରସିଂହ ଗଡ଼ବା, ନିତ୍ୟାନନ୍ଦ କନ୍ଦାଗୀରି ପ୍ରଭୁତି ଉପସ୍ଥିତ ଥିଲେ, ରାସ୍ତା ର ଦୁଇ ପାର୍ଶ୍ୱ ରେ ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନ ଖୋଲିଥିଲା ପାପଡାହାଣ୍ଡି ବ୍ଲକ ର ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା ମଣ୍ଡଳ ସଭାପତି ମନୋଜ ଅଗ୍ରଵାଲ,ଦୀନବନ୍ଧୁ ବିଷୋୟୀ, ହରି ପାଣିଗ୍ରାହୀ, ଶ୍ରୀନିବାସ ରାଓ ପ୍ରଭୁତି ଉପସ୍ଥିତ ଥିଲେ


