ଭୁବନେଶ୍ୱର,25//7,(ଉତ୍କଳ ସମାଚାର) ବିଶିଷ୍ଟ ଔପନ୍ୟାସିକା ତଥା ରାଜନେତା କାଳିନ୍ଦୀ ସାମଲଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଅପର ପକ୍ଷ’ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରକୋଷ୍ଠରେ ଲୋକାର୍ପିତ ହୋଇଯାଇଛି l ଏହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ପ୍ରଭାକର ମହାରଣା ଉଦଘାଟନ କରିଥିଲେ l ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା ମୁଖ୍ୟ ବକ୍ତା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରୀତିରାଜ ଶତପଥୀ ସମ୍ମାନୀତ ଅତିଥି, ଓଡ଼ିଶା ଅଲମ୍ପିକ ଆସୋସିଏସନର ସଭାପତି ସମୀର ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଅରବିନ୍ଦ ରାୟ ଏବଂ ଏହାର ଆୟୋଜନ ପ୍ରତିଷ୍ଠାନ ‘ସାରଳା ଭାଷା ସାହିତ୍ୟ ଓ ପୁରାତତ୍ତ୍ୱ ଗବେଷଣାନ୍ୟାସ’ର ନିର୍ଦ୍ଦେଶକ ଅଜିତ ଦାଶ ‘ଅପର ପକ୍ଷ’ ଉନ୍ମୋଚନର ବିଶେଷତ୍ୱ ଉପରେ ବର୍ଣ୍ଣନା କରିଥିଲେ l ପୁସ୍ତକ ସମୀକ୍ଷା କରିଥିଲେ ଆଦିବାସୀ ଗବେଷଣା ବିକାଶ କେନ୍ଦ୍ରର ନିର୍ଦ୍ଦେଶ ଡକ୍ଟର ବିକ୍ରମ ଜେନାl କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୀତିକାର ପଞ୍ଚାନନ ନୟାକଙ୍କ ସଂଯୋଜନାରେ ପାରିବେଶିତ ଭକ୍ତିସଂଗୀତ ଅସାର ବେଶ ମନମୁଗ୍ଧ କରିଥିଲା l ଡକ୍ଟର ରାଧାଗୋବିନ୍ଦ କୋଇଲା ଓ ଡକ୍ଟର ଶର୍ମିଷ୍ଠା ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ଏଠାରେ ପୁସ୍ତକର ପ୍ରକାଶକ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନର ମୁଖ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପଦ୍ମଶ୍ରୀ ପ୍ରଭାକର ମହାରଣା ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ସମ୍ମାନନୀତି ପ୍ରତିଭା ମାନେ ହେଲେ ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ତଥା ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଓଡ଼ିଶା ଅଲିମ୍ପିକ ଆସୋସିଏସନ ସଭାପତି ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଶିଷ୍ଟ ଚଳଚିତ୍ର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରୀତିରାଜ ଶତପଥୀ, ଔପନାସିକ ତଥା ରାଜନେତା କାଳନ୍ଦି ସାମଲ, ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ସୁରେଶ କୁମାର ସାହୁ ଏବଂ ପ୍ରଖ୍ୟାତ ଗୀତିକାର ଡକ୍ଟର ପଞ୍ଚାନନ ନାୟକ।

