ରାଉରକେଲା ୨୪/୭,(ଉତ୍କଳ ସମାଚାର) ଆଜି ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ଓଡିଶା ତଥା ବିଶ୍ଵର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା ଅନୁଷ୍ଠିତ ହେଉଛି। ବାହୁଡା ରଥଯାତ୍ରା ପାଇଁ ବିପ୍ର ସେବା ଓଡ଼ିଶା ଶାଖା, ବ୍ରାହ୍ମଣ କଲ୍ୟାଣ ସଭା ଏବଂ ରାଉରକେଲା ମାରୱାଡି ଯୁବ ମଞ୍ଚ ସହର ଶାଖା ପକ୍ଷରୁ ଆଇଟିଆଇ ଛକ ସମ୍ମୁଖରେ ହାଲୱା ସେବା ଆୟୋଜନ କରାଯାଇଥିଲା।ଯେଉଁଥିରେ ଭକ୍ତମାନେ ତାରିଣୀ ମନ୍ଦିର ଶ୍ରୀଜଗନ୍ନାଥଙ୍କ ରଥ ବାହୁଡା ରଥଯାତ୍ରା ସମୟରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ ସହରର ବିଭିନ୍ନ ସାମାଜିକ ସଂଗଠନର ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିପ୍ର ସେବା ଓଡ଼ିଶା ଶାଖାର ସଭାପତି ସୁରେଶ ଶର୍ମାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା, ଯେଉଁଥିରେ ମାରୱାଡି ଯୁବ ମଞ୍ଚର ରାଜ୍ୟ ସଭାପତି ଅଜୟ ଶର୍ମା, ରାଉରକେଲା ଶାଖାର କୋଷାଧ୍ୟକ୍ଷ ସୁରଜ ବାପୁଡିଆ, ମାରୱାଡି ଯୁବ ରାଉରକେଲା ସହର ଶାଖାର ସଭାପତି ରବିଶ ଜିନ୍ଦଲ, ସମ୍ପାଦକ ମନୀଷ ବଂଶଲ, କୋଷାଧ୍ୟକ୍ଷ ମନୀଷ ମେହେଟାଙ୍କ ସମେତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବ୍ରାହ୍ମଣ କଲ୍ୟାଣ ସଭାର ପଦାଧିକାରୀଙ୍କ ସହିତ, ମହାରାଜା ଅଗ୍ରସେନ ସେବା ସଂଘର ସଭାପତି ପୂର୍ଣ୍ଣମଲ ଅଗ୍ରୱାଲ, ରାଉରକେଲା ଚାମ୍ବର ଅଫ୍ କମର୍ସର କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଧର ମଲିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବହୁ ସଂଖ୍ୟକ ଭକ୍ତ ପ୍ରସାଦ ଗ୍ରହଣ କରିଥିଲେ।ହିପରି ସହରର ରାଉରକେଲା ରେଳଷ୍ଟେସନ୍ ନିକଟରେ ଥିବା ସଂକଟମୋଚନ ହନୁମାନ ମନ୍ଦିରରୁ ଉଦିତନଗର ଶ୍ରୀ ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ସମେତ ଶ୍ରୀବଳଭଦ୍ର ଓ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଥିଲେ ଆଦ୍ୟସେବକ ରାଜା ବିଜୟ ପ୍ରଧାନ। ରାଉରକେଲା ସହରର ସେକ୍ଟର-୫ ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥ, ସେକ୍ଟର-୩ ଅହିରାବନ୍ଧ ଶ୍ରୀଜଗନ୍ନାଥ ମନ୍ଦିରକୁ ବାହୁଡି ଆସିଥିବା ବେଳେ, ଓରାମପଡା ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥ ହନୁମାନ ବାଟିକାକୁ ଫେରିଛି। ସେହିପରି ପ୍ଲାଣ୍ଟସାଇଟ୍ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥ ପାଓ୍ବାର ହାଉସ୍ ଅଗ୍ନିଶମ କାର୍ଯ୍ଯାଳୟ ନିକଟରୁ ପ୍ଲାଣ୍ଟସାଇଟକୁ ଫେରିଥିବା ବେଳେ ଏଥିରେ ରଜା ସତ୍ଯାନନ୍ଦ ମହାନ୍ତି ଛେରାପହଁରା କରିଥିଲେ ।


