କେନ୍ଦୁଝର,27//10, (ଉତ୍କଳ ସମାଚାର ): କଳା, ସଂସ୍କୃତି ଓ ସାହିତ୍ୟର ମହାକୁମ୍ଭ ସପ୍ତଦଶ ‘କେନ୍ଦୁଝର କଳା ଉତ୍ସବ-୨୦୨୬’ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପିଏମଶ୍ରୀ ଟିଏନ୍ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ‘ସାଂସ୍କୃତିକ’ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ଝୋଟି ପ୍ରତିଯୋଗିତା, ସଙ୍ଗୀତ ଆସର ଓ ବିଭିନ୍ନ କର୍ମଶାଳା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି, ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଅଜୟ କୁମାର ନାୟକ, ସୂର୍ଯ୍ୟମାଧବ ପାଣିଗ୍ରାହୀ, ପ୍ରବୀର କୁମାର ଦେଓ, ସମାଜସେବୀ ଡ. ରୀନା ରାଉତରାୟ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ତରୁଣ କୁମାର ଓଝା ଓ ଅବସରପ୍ରାପ୍ତ ଅଧ୍ୟାପିକା ଡ. ମିନତି ମଲ୍ଲିକ ଯୋଗ ଦେଇଥିଲେ।ଉଦଯାପନି ଦିବସରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ହସ୍ତକଳା କର୍ମଶାଳା ଏବଂ ବୁଦ୍ଧିଜୀବୀଙ୍କୁ ନେଇ ‘ସଂସ୍କୃତି ଓ ଐତିହ୍ୟ’ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନ ଉତ୍ସବରେ ଡ଼ିଏଫଓ ଧନରାଜ ଏଚଡି , ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ଡ. ସଞ୍ଜୟ କୁମାର ପାତ୍ର, ଅବସରପ୍ରାପ୍ତ ଅଧିକାରୀ ଡ. ଅଜୟ କୁମାର ନାୟକ, ‘ସାଂସ୍କୃତିକୀ ର ରିନା ରାଉତରାୟ, ସୂର୍ଯ୍ୟମାଧବ ପାଣିଗ୍ରାହୀ, ଡ. ତରୁଣ କୁମାର ଓଝା, ‘ସାଂସ୍କୃତିକୀ ‘ର ସମ୍ପାଦକ ଶ୍ୟାମହରି ଚକ୍ର ପ୍ରମୁଖ ଯୋଗଦେଇ କେନ୍ଦୁଝରର ସମୃଦ୍ଧ କଳା ଓ ପରମ୍ପରା ଉପରେ ଆଲୋଚନା କରିଥିଲେ।ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ସ୍ୱର୍ଗତ ଡ. ବଇଲୋଚନ ସୁତାର, ଡ. କଳ୍ପନା ମହାନ୍ତି, ମିଳନ କୁମାର ମିଶ୍ର, ଛଉ ନୃତ୍ୟ ପାଇଁ ପଦ୍ମଲୋଚନ ନାଏକ, ଚିତ୍ରକଳାରେ ଗୋଲକ ବିହାରୀ ସେଠୀ, ପ୍ରମୋଦ ବରାଳ, ସୁଗ୍ରୀବ କୁଅଁର , ବୀର କିଶୋର ପାତ୍ର, ଝୋଟ ହସ୍ତକଳା ପାଇଁ ଅନନ୍ତ ଚରଣ ଗିରି, ଟେରାକୋଟା’ ପାଇଁ କପିଳ ଚନ୍ଦ୍ର ରଣା , ନୃତ୍ୟରେ କଳ୍ପତରୁ ଆଚାର୍ଯ୍ୟ, ସଙ୍ଗୀତ ପାଇଁ ରାଜେନ୍ଦ୍ର ବେହେରା ଓ ସୁନୀତା ପଟନାଏକ , ପେପର୍ ମାଟିରେ ଅରୁଣ କୁମାର ଓଝା, ସୁନୀତା ସାହୁ ଏବଂ ଫଟୋଗ୍ରାଫି ପାଇଁ ମାନସଂହ ଦୁର୍ଗାପ୍ରସାଦ ନାଏକ ଓ କେନ୍ଦୁଝର ଲେଖିକା ସଂସଦକୁ ସମ୍ମାନିତ କରାଯାଇଥିଲା। ସେହିପରି ଯୁବବର୍ଗରେ ସାହିତ୍ୟ ପାଇଁ ବାଣୀପାଣି ପ୍ରଧାନ, ଡ. ପ୍ରତିସୀମା ସ୍ୱାଇଁ, ଚିତ୍ରକଳାରେ ସୁଶ୍ରୀ ସୁମନ ପତି, ନୃତ୍ୟକଳାରେ ଶୁଭଶ୍ରୀ ପଟ୍ଟନାୟକ , ଫଟୋଗ୍ରାଫିରେ ସୁଦର୍ଶନ ସ୍ୱାଇଁଙ୍କୁ ‘କେନ୍ଦୁଝର କଳା ଉତ୍ସବ’ ସମ୍ମାନ ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଆସର ସମେତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅମରେନ୍ଦ୍ର ମାହାରଣା ଧନ୍ୟବାଦ ଦେଇଥିଲେ।

