କେନ୍ଦୁଝର:27//10,(ଉତ୍କଳ ସମାଚାର) କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି, ନିର୍ବାଚନରେ ଏଭିଏମ ମେସିନ ଦ୍ୱାରା ଭୋଟ ଚୋରି ନେଇ ଦେଶର କୋଣ ଅନୁକୋଣ ରେ ପ୍ରତିବାଦ ଆରମ୍ଭ ହୋଇଯାଇଛି, ସର୍ବଦଳୀୟ ଏକତ୍ରିତ ହୋଇ ନିର୍ବାଚନ ଭୋଟ ଚୋରି ବନ୍ଦ କର, ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା କର, ଭୋଟର ତାଲିକା ସ୍ୱଛତା ଆଣlଯାଉ ନେଇ ସାରା ଭାରତ ବର୍ଷରେ ଏକ ଆନ୍ଦୋଳନ ହୋଇଯାଇଛି, ଯେ ପର୍ଯ୍ୟନ୍ତ ଭୋଟ ଚୋର ନୀତି କୁ ବିଜେପି ସରକାର ପ୍ରତ୍ୟାହାର ନ କରିବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ, ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେସ କୁମାର ଇସ୍ତପା ସହିତ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଓ କେନ୍ଦ୍ର କ୍ୟାବିନେଟ ସଚିବ ଅଜିତ ଡୋଭାଲଙ୍କ ଇସ୍ତଫା ନ ଦେବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଆନ୍ଦୋଳନ ଜାରି ରଖିବେ ବୋଲି ଏଆଇସିସି ପର୍ଯ୍ୟବେକ୍ଷକ ରୋହତୋଷ ବୈଶୟା କହିଛନ୍ତି l ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀ ଠାରେ ଭୋଟ ବଞ୍ଚାଓ ଦେଶ ବଞ୍ଚାଓ ପାଇଁ ବିକ୍ଷୋଭ ଓ ପ୍ରତିବାଦ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି l ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ଜ଼ିଲ୍ଲା କଂଗ୍ରେସ ପଛୁଆବର୍ଗ ସଭାପତି ଯଦୁମଣି ବାରିକ, ପିସିସି ସମ୍ପାଦକ ଦେବାଶିଷ ମହାପାତ୍ର, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ, ଜ଼ିଲ୍ଲା ଉପସଭାପତି ଲଳିତ ମୋହନ ନାୟକ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁଢଳ କୁମାର ସେଠି, କଂଗ୍ରେସ ନେତା ରୂପ ରଞ୍ଜନ ପଣ୍ଡା, ରତ୍ନାକର ଜେନା, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ l
