ରାଉରକେଲା ୨୫/୭,(ଉତ୍କଳ ସମାଚାର) ଛେଣ୍ଡ ପୋଲିସ ପକ୍ଷରୁ ଚଢାଉ କରାଯାଇ ଛେଣ୍ଡ ଥାନା ଅନ୍ତର୍ଗତ ବାଙ୍କିଆରେ ଥିବା ଓମଫେଡ୍ କାରଖାନା ନିକଟରେ ଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା। ସେଠାରେ ଜୁଆ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ, ଜୁଲାଇ ୨୪ ତାରିଖ ଶୁକ୍ରବାର ଦିନ ଛେଣ୍ଡ୍ ଥାନା ଏସ୍ଆଇ ଓମ୍ ପ୍ରକାଶ ରାଉତରାୟଙ୍କ ନେତୃତ୍ୱରେ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ଆଧାରରେ, ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଅନେକ ବ୍ୟକ୍ତିଙ୍କୁ ବେଆଇନ ଜୁଆ ଖେଳରେ ଲିପ୍ତ ଥିବା ଦେଖାଯାଇଥିଲା। ଘଟଣା ସ୍ଥଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା ଏବଂ ଓଡ଼ିଶା ଜୁଆ ନିବାରଣ (OPG) ଆଇନର ଧାରା ୩ ଅନୁଯାୟୀ ଛେଣ୍ଡ ଥାନା ମାମଲା ନଂ. ୨୦୪/ ୨୦୨୬ ଜୁଲାଇ ୨୪ ତାରିଖରେ ଏକ ମାମଲା ପଞ୍ଜିକୃତ କରାଯାଇଛି। ପୋଲିସର ଏହି ଚଢାଉ ଅଭିଯାନ ସମୟରେ ପୋଲିସ ନଗଦ ୭ ଲକ୍ଷ ଟଙ୍କା ସହ ୧୨ଟି ମୋବାଇଲ୍ ଫୋନ୍, ୧୦୪ଟି ତାସ, ସିଲଭର ବ୍ରିଜ୍ ପ୍ଲେଇଂ କାର୍ଡର ତିନୋଟି ସିଲ୍ ପ୍ୟାକେଟ (ନଂ. ୭୭୨), ଗୋଟିଏ ହଳଦିଆ ପଲିଥିନ୍ ସିଟ୍, ଗୋଟିଏ ଟର୍ଚ୍ଚଲାଇଟ୍ ସହିତ ଗୋଟିଏ ମହିନ୍ଦ୍ରା ସ୍କର୍ପିଓ ଯାହାର ପଞ୍ଜିକରଣ ନମ୍ବର (ଓଡି-୧୬ ଏମ୍ -୨୧୧୧), ଗୋଟିଏ ମାରୁତି ସୁଜୁକି ସ୍ୱିଫ୍ଟ କାର୍ ଯାହାର ପଞ୍ଜିକରଣ ନମ୍ବର (ଓଡି-୧୪-ଏଡି-୧୫୪୮), ଗୋଟିଏ ମୋଟରସାଇକେଲ୍ (ଓଡି-୧୪-ଏକ୍ସ-୪୦୧୮) ଏବଂ ଗୋଟିଏ ସ୍କୁଟି ପଞ୍ଜିକରଣ ନଂ (ଓଡି-୧୪-ଏଜି-୫୦୭୩) ସମେତ ଚାରୋଟି ଗାଡ଼ି ଜବତ କରାଯାଇଛି। ଘଟଣାର ଅଭିଯୁକ୍ତମାନେ ହେଲେ ଅମର କୁମାର ସ୍ୱାଇଁ (୪୨), ସୁଶାନ୍ତ କୁମାର ବିଶ୍ୱାଲ (୩୬), ରୂପେଶ ଜୟସ୍ୱାଲ (୩୬), ପ୍ରବେଶ କୁମାର ସାହୁ (୪୫), ସୁନୀଲ କୁମାର ସାହ (୪୮), କଲ୍ୟାଣ ମିଞ୍ଜ୍ (୪୧), କମଳାକାନ୍ତ ବାରିକ (୩୭), ମହମ୍ମଦ ୱାସିମୁଦ୍ଦିନ (୬୫) ଏବଂ କାଳୀ ଚରଣ ମହାନ୍ତି (୫୦)। ପୋଲିସ ପକ୍ଷରୁ ବିଏନ୍ଏସ୍ (BNSS)ର ଧାରା ୩୫(୩) ଅନୁଯାୟୀ କାଳୀ ଚରଣ ମହାନ୍ତିଙ୍କୁ ନୋଟିସ ପଠାଯାଇଛି।ପୋଲିସ ପକ୍ଷରୁ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ମାମଲାର ଅଧି

