ସମ୍ବଲପୁର,୨୭/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ଶ୍ରାବଣ ମାସରେ ଦେଶର କୋଣ ଅନୁକୋଣରୁ ବୋଲ୍ ବମ୍ ଭକ୍ତ ବାବାଧାମ ଯାଇ ଜଳଲାଗି କରୁଥିବା ବେଳେ, କାଉଡ଼ିଆ ମାନଙ୍କ ସେବା ପାଇଁ ଆଗେଇ ଆସିଛି ସମ୍ବଲପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସାଥି ଚେରିଟିବଲ୍ ଟ୍ରଷ୍ଟ’। ବିହାରର କଟରିଆଠାରେ ଶ୍ରଦ୍ଧାଳୁମାନଙ୍କୁ ନିଶୁଳ୍କ ସେବା ଯୋଗାଇବା ପାଇଁ ଏହି ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି I ସୋମବାର ସେବକମାନେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସହ ବିହାର ଯାତ୍ରା ଆରମ୍ଭ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ରଷ୍ଟ ତରଫରୁ ଏଭଳି ଏକ ମହତ ପ୍ରୟାସ କରାଯାଇଛି, ଯେଉଁଥିରେ ଭକ୍ତମାନଙ୍କ ପାଇଁ ମାଗଣା ଖାଦ୍ୟ, ପାନୀୟ, ଆଶୁ ଚିକିତ୍ସା ଏବଂ ରହିବା ସୁବିଧା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ର କାର୍ଯ୍ୟକାରୀ ସଭାପତି ଶ୍ରୀ ସିଦ୍ଧାର୍ଥ ସାହା ସୂଚନା ଦେଇଛନ୍ତି I ସୂଚନା ଅନୁଯାୟୀ, ଆସନ୍ତା ୩୦ ତାରିଖରୁ କଟରିଆଠାରେ ଏହି ନିଶୁଳ୍କ ସେବା ଶିବିର ଆରମ୍ଭ ହେବ ଏବଂ ଏହା ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ

