ରାଉରକେଲା,28//7,(ଉତ୍କଳ ସମାଚାର): ଅଖିଳ ଭାରତୀୟ ମାରୱାଡ଼ୀ ମହିଳା ସମ୍ମିଳନୀ, ଉତ୍କଳ ପ୍ରଦେଶ, ରାଉରକେଲା ଶାଖା ପକ୍ଷରୁ ସୋମବାର ଦିନ ପୂର୍ବାହ୍ନ ୧୧:୦୦ ଟାରେ ରୋଟାରୀ ପାର୍କ, ସିଭିଲ୍ ଟାଉନସିପ୍ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଶାଖାର ସମ୍ପାଦିକା ନିଧି ଅଗ୍ରୱାଲ, ପରିବେଶ ପ୍ରକଳ୍ପ ପ୍ରମୁଖ ସାରିକା ମୋଦୀ, ରିମା ହିମତସିଂକାଙ୍କ ସହିତ ସୁଷମା ମୋହନ୍ତ, ମମତା ଅଗ୍ରୱାଲ, ଖ୍ୟାତି ଗୋଏଲ, ନେହା ବଗଡ଼ିଆ ଏବଂ ରିଙ୍କୁ ଅଗ୍ରୱାଲ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମସ୍ତ ସଦସ୍ୟା ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେବା ସହିତ ଅଧିକରୁ ଅଧିକ ଗଛ ଲଗାଇବା ଏବଂ ସେଗୁଡ଼ିକର ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।

