ରାଉରକେଲା ୨୯/୭,(ଉତ୍କଳ ସମାଚାର) ବେଦବ୍ୟାସ ଶିରିଡି ସାଇ ସଂସ୍ଥାନ ପକ୍ଷରୁ ଟିସିଆଇ ଛକ ଠାରେ ଥିବା ଶିରିଡି ସାଇବାବାଙ୍କ ମନ୍ଦିରରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ଆଜି ବିଧିବିଧାନ ଅନୁସାରେ ପାଳିତ ହୋଇଯାଇଛି। ଆଜି ସକାଳ ୬ଟା ୪୫ ସମୟରେ ସାଇବାବାଙ୍କ କାକଡ ଆରତି ଅନୁଷ୍ଠିତ ହେବା ପରେ ୭ଟା ୩୦ ସମୟରେ ମଙ୍ଗଳସ୍ନାନ କରାଯାଇଥିଲା। ସେହିପରି ୧୨ଟା ସମୟରେ ବାବାଙ୍କ ମଧ୍ଯାହ୍ନ ଆରତି ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ସାଇଭକ୍ତଙ୍କ ସାଇ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ଗୁରୁ ପୂର୍ଣ୍ଣିମା ଅବସରରେ ରାଉରକେଲାର ବେଦବ୍ୟାସ ଟିସିଆଇ ସ୍ଥିତ ସାଇ ମନ୍ଦିର ପରିସରରେ ସକାଳରୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଗୁରୁ ପୂର୍ଣ୍ଣିମାରେ ମନ୍ଦିର ପରିସରକୁ ଫୁଲରେ ସଜାଯାଇଥିଲା। ସାଇ ବାବାଙ୍କୁ ଫୁଲ ମାଳାରେ ସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ସ୍ଥାନକୁ ରଙ୍ଗୀନ ଆଲୋକରେ ସଜାଯାଇଥିଲା। ମଧ୍ୟାହ୍ନ ୧୨ଟା ସମୟରେ ବାବାଙ୍କ ମଧ୍ଯାହ୍ନ ଆରତି ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟା ୬ଟା ୩୦ରେ ବାବାଙ୍କ ଧୂପ ଆରତି କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମନ୍ଦିର କମିଟିର ପଦାଧିକାରୀଙ୍କ ସକ୍ରିୟ ଅବଦାନ ଥିଲା। ସେହିପରି ଗୁରୁ ପୂର୍ଣ୍ଣିମାରେ ରାଉରକେଲାର ହନୁମାନ ବାଟିକା ସ୍ଥିତ ସାଇ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିରର ପୂଜକ ଅଜୟ ନନା ରୀତିନୀତି ଅନୁଯାୟୀ ପୂଜା କରିଥିଲେ। ଗୁରୁ ପୂର୍ଣ୍ଣିମାରେ ସକାଳଠାରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ଧ୍ୟାନ ସମୟରେ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ସେକ୍ଟର-୨୦ ସ୍ଥିତ ସାଇ ମନ୍ଦିର ପରିସରରେ ମଧ୍ୟ ଗୁରୁ ପୂର୍ଣ୍ଣିମା ଅବସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବାବାଙ୍କ ପୂଜା ସହିତ ମନ୍ଦିର କମିଟି ଭକ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ ମଧ୍ୟ କରିଥିଲା। ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ସହରର ଅନେକ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

