ରାଜଗାଙ୍ଗପୁର:2//8,(ଉତ୍କଳ ସମାଚାର)ସୁନ୍ଦରଗଡ ଜିଲ୍ଲା ଗୋମାରଡିହି ସ୍ଥିତ ସର୍ଗୁ କିଷାନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କାଉଟ ଓ ଗାଇଡ ପକ୍ଷରୁ ବିଶ୍ୱ ସ୍କାର୍ଫ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼.ଅମରେଶ ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । ଏହି ପରିପ୍ରେକ୍ଷୀରେ ସ୍କାଉଟ ମାଷ୍ଟର୍ ରାମେଶ୍ୱର ଲାକ୍ରା ଓ ଗାଇଡ କ୍ୟାପଟେନ କିରନ ଏକ୍କା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ପାଢ଼ୀ ଓ ମନଭାଙ୍ଗି ନାଏକ , ଆନ୍ଦୋଳନ ଏବଂ ବିଭିନ୍ନ ଆନୁଷ୍ଠାନିକ ଉତ୍ସବରେ ସ୍କାଉଟ ଓ ଗାଇଡର ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସ୍କାଉଟ ଛାତ୍ରଛାତ୍ରୀ ମାନେ ନିଜ ନିଜର ସ୍କ୍ରାଫ ପରିଧାନ କରିଥିଲେ ଓ ସେମାନେ ଦେଶ ପ୍ରତି ତାଙ୍କର ସେବା ବଜାଇ ରଖିବାକୁ ଶପଥ ଗ୍ରହଣ ମଧ୍ୟ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଗାଇଡ କ୍ୟାପଟେନ ସୁମିତ୍ରା ବାର୍ଲା ନିଜର ଅଭିଭାଷଣରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ଗଠନ କରିବାରେ ଭାଗ ନେବାକୁ ଆହ୍ୱାନ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ,ଛାତ୍ରଛାତ୍ରୀ ,ଅଭିଭାବକ ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

