ରାଉରକେଲା ୩//୮,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଓଏମଭିଡି (OMVD) ଟ୍ରାଫିକ୍ ଇନ୍ସପେକ୍ଟର ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣେ ଟ୍ରକ୍ ମାଲିକଙ୍କ ଠାରୁ ତାଙ୍କ ପରିବହନ ବ୍ୟବସାୟକୁ ସୁଗମ କରିବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ସୂଚନା ଅନୁସାରେ ଆଜି ସୋମବାର ଅଗଷ୍ଟ ୩ ଦିନ କିଛି ସମୟ ପୂର୍ବରୁ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ୍ ଇନ୍ସପେକ୍ଟର (OMVD) ମୁକେଶ କୁମାର ମିଶ୍ର ଜଣେ ଟ୍ରକ୍ ମାଲିକଙ୍କ ଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିଲା। ଅଭିଯୁକ୍ତ ମୁକେଶ କୁମାର ମିଶ୍ର ଜଣେ ଟ୍ରକ୍ ମାଲିକଙ୍କୁ ତାଙ୍କର ପରିବହନ ବ୍ୟବସାୟକୁ ସୁଗମ କରିଦେବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ୨୦,୦୦୦ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଗତ ଦୁଇ ମାସ ଧରି ଅର୍ଥାତ୍ ୨୦୨୬ ଜୁନ୍ ଏବଂ ଜୁଲାଇ ମାସ ପାଇଁ ମାସିକ କୋଟା ଭାବରେ ତାଙ୍କ କ୍ଷେତ୍ରରେ କୌଣସି ବାଧା ବିନା ତାଙ୍କର ପରିବହନ ବ୍ୟବସାୟକୁ ପରିଚାଳନା କରିବାକୁ ଦେଇଥିଲେ। ଅଭିଯୁକ୍ତ ଟ୍ରାଫିକ୍ ଇନ୍ସପେକ୍ଟର ଶ୍ରୀ ମିଶ୍ର ଟ୍ରକ୍ ମାଲିକଙ୍କଠାରୁ ଏଥିପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଫଳରେ ଟ୍ରକ ମାଲିକ ଓଏମଭିଡିଙ୍କ କ୍ଷେତ୍ରରେ ତାଙ୍କର ପରିବହନ ବ୍ୟବସାୟ ସୁଗମ ଭାବରେ ଚଳାଇ ପାରିବେ। ଏହି ଦାବି ପୂରଣ କରିବାରେ ଅସମର୍ଥ ହୋଇ ଟ୍ରକ ମାଲିକ (ଅଭିଯୋଗକାରୀ) ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗକାରୀ ଟ୍ରକ୍ ମାଲିକଙ୍କ ଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଟ୍ରାଫିକ୍ ଇନ୍ସପେକ୍ଟର ଶ୍ରୀ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଶ୍ରୀ ମିଶ୍ରଙ୍କ କବଜାରୁ ସମ୍ପୂର୍ଣ୍ଣ ରଙ୍ଗବୋଳା ୨୦,୦୦୦ (୨୦ ହଜାର) ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ଟ୍ରାପ୍ ପରେ, DA ଦୃଷ୍ଟିକୋଣରୁ ଟ୍ରାଫିକ୍ ଇନ୍ସପେକ୍ଟର ଶ୍ରୀ ମିଶ୍ରଙ୍କ ସହ ଜଡିତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସ ଜାରି ରହିଛି ।ଏହି ସମ୍ପର୍କରେ, ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ.୦୬ ତାରିଖ.୦୨.୦୮.୨୦୨୬, ୟୁ/ଏସ୍.୭ ପି.ସି. (ସଂଶୋଧନ) ଆଇନ, ୨୦୧୮ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଟ୍ରାଫିକ୍ ଇନ୍ସପେକ୍ଟର (ଓଏମ୍ଭିଡି) ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

