ରାଉରକେଲା ୩//୮,(ଉତ୍କଳ ସମାଚାର) ସହରର ସିଭିଲ୍ ଟାଉନସିପ୍ ଅଞ୍ଚଳରେ ଏକ ସେକ୍ସ ରାକେଟକୁ ଠାବ କରିଛି ରାଉରକେଲା ରଘୁନାଥପାଲ୍ଲୀ ଥାନା ପୋଲିସ୍ ।ସେକ୍ସ ରାକେଟ୍ ଚାଲିଥିବା ବେଳେ ପୋଲିସ୍ ଚଢାଉ କରି ୨ ଗ୍ରାହକଙ୍କ ସମେତ ୨ ଦେହଜୀବୀଙ୍କୁ ଧରିଲା ରାଉରକେଲା ପୋଲିସ୍। ତଥାକଥିତ ରାଣୀ ମହୁମାଛିକୁ ମଧ୍ଯ ଗିରଫ କରିଛି ରଘୁନାଥପାଲ୍ଲୀ ପୋଲିସ୍। ସୂଚନା ଅନୁସାରେ ସିଭିଲ୍ ଟାଉନସିପ୍ ଅଞ୍ଚଳରେ ଏକ ସେକ୍ସ ରାକେଟ୍ ଚାଲିଥିବା ଖବର ମିଳିବା ପରେ ରାଉରକେଲା ରଘୁନାଥପାଲ୍ଲୀ ଥାନା ପୋଲିସ୍ ପକ୍ଷରୁ ସେଠାରେ ଗତ ରାତିରେ ଚଢ଼ାଉ କରାଯାଇଥିଲା। ସେଠାରୁ ୨ ଗରାଖଙ୍କୁ ପୋଲିସ୍ ଗିରଫ କରିବା ସହିତ ୨ ଦେହଜୀବୀଙ୍କୁ ମଧ୍ଯ ଧରିଥିଲା ପୋଲିସ୍। ଦୀର୍ଘ ଦିନରୁ ଘରଭଡ଼ା ନେଇ ଏଠାରେ ଦେହବେପାର ଚଳାଇଥିବା ତଥାକଥିତ ରାଣୀ ମହୁମାଛି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ତାକୁ ମଧ୍ଯ ସେଠାରୁ ଧରିଥିଲା ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର।

