କେନ୍ଦୁଝର:3//8,(ଉତ୍କଳ ସମାଚାର) : କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ମାଗଣା ତୀର୍ଥଯାତ୍ରା ଯୋଜନାର ଲାଭ ଉଠାଇବାକୁ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ଆହ୍ୱାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ, ମନୋନୀତ ହିତାଧିକାରୀମାନେ ବିନା ମୂଲ୍ୟରେ ହରିଦ୍ୱାର, ଋଷିକେଶ, ବାରାଣସୀ ଏବଂ ଅଯୋଧ୍ୟା ଭଳି ତୀର୍ଥସ୍ଥାନ ଭ୍ରମଣ କରିବେ।୬୦ ବର୍ଷ ବା ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକ ଯେଉଁମାନଙ୍କ ପାଖରେ ରାସନ କାର୍ଡ ରହିଛି, ସେମାନେ ଏହି ଯୋଜନା ପାଇଁ ଆବେଦନ କରିବାକୁ ଯୋଗ୍ୟ। ଆଗ୍ରହୀ ଆବେଦନକାରୀମାନେ ଅନଲାଇନ୍ ମାଧ୍ୟମରେ କିମ୍ବା କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଆସି ନିଜର ଆବେଦନ ପତ୍ର ଦାଖଲ କରିପାରିବେ।ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ୧୪ ଅଗଷ୍ଟ ୨୦୨ ରହିଛି। ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ସମୟ ସୀମା ପୂର୍ବରୁ ଆବେଦନ କରିବାକୁ ଏବଂ ସରକାରଙ୍କ ଏହି କଲ୍ୟାଣକାରୀ ପଦକ୍ଷେପର ଲାଭ ଉଠାଇବାକୁ ଉତ୍ସାହିତ କରାଯାଇଛି।
