ପାପଡାହାଣ୍ଡି ତା 5.8.26:(ଉତ୍କଳ ସମାଚାର)ରିଖରେ ଚାନ୍ଦିଲି ଗ୍ରାମର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ବିଶ୍ୱସ୍ତନ୍ୟ ପାନ ଦିବସ ପାଳନ କରାଯାଇଛି. ଏହି ଉତ୍ସବ ରେ ପ୍ରାୟ 80ଜଣ ସେମାନଙ୍କ ପିଲା ମାନଙ୍କ ସହିତ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ରେ ସି ଏଚ ଓଶ୍ରୀ ଜିତେନ୍ଦ୍ର ଟାକିରୀ, ଏ ଏନ ଏମ ଶ୍ରୀମତୀ କେ ପବିତ୍ରା, ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପ୍ରଭାସିନୀ ବାପା, ଅଙ୍ଗନୱାଡି କର୍ମୀ ସୁନିତା ହରିଜନ, ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଜୟନ୍ତୀ ଜାନି, ଆଶା ଟୁନି ନାୟକ ଓ ଲତା ଭତ୍ରା ଉପସ୍ଥିତ ରହି ବିଶ୍ୱ ସ୍ତନ୍ୟ ପାନ ଦିବସ ର ତାପ୍ତଜ୍ୟ ବିଷୟରେ ବୁଝାଇଥିଲେଯେ ମାଆ କ୍ଷୀର ପିଲାମାନଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇ ଥାଏ. ତେଣୁ ପ୍ରତେକ ଶିଶୁଙ୍କୁ ମାଆ କ୍ଷୀର ଦେବାକୁ କହିଲେ ଶେଷରେ ଅଙ୍ଗନୱାଡି କର୍ମୀପ୍ରଭାସିନୀ ବାପା ଧନ୍ୟବାଦ ଅର୍ପଣ କରିଥିଲେ

