ରାଉରକେଲା:5//8,(ଉତ୍କଳ ସମାଚାର)ରାଉରକେଲା କଲେଜ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର ଅଧ୍ୟାପକମାନଙ୍କ ମଞ୍ଚ ‘ମନ୍ଥନ’ ଆୟୋଜିତ ‘ଶିକ୍ଷାରେ ଉତ୍ତର ଦାୟିତ୍ଵ ଏବଂ ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ’ ସମ୍ପର୍କରେ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମନ୍ଥନ-ରାଉରକେଲାର ସଭାପତି ଶ୍ରୀନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମାର୍ଗଦର୍ଶକ ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ,ଓଡିଶା ପଶ୍ଚିମ ପ୍ରାନ୍ତର ସଂଘଚାଳକ ତଥା ମ୍ୟୁନିସିପାଲ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଏବଂ ରାଉରକେଲା କଲେଜର ଅଧ୍ୟକ୍ଷ ତଥା ସାହିତ୍ୟ ପରିଷଦର ରାଉରକେଲା ମହାନଗର ସଭାପତି ଡ. ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ।ବିଶେଷ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ବିଷୟ ବିଶେଷଜ୍ଞ ଭାବେ ଏନଆଇଟି, ରାଉରକେଲାର ପ୍ରଫେସର ଦୁର୍ଗା ପ୍ରସାଦ ମହାପାତ୍ର, ରାଜନୀତି ବିଜ୍ଞାନ ସହାୟକ ପ୍ରଫେସର ମନୋଜ କୁମାର ଦଳେଇ ଯୋଗଦେଇଥିଲେ। ମନ୍ଥନର ସଭାପତି ଶ୍ରୀନାଥ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଡ. ବିଶ୍ବନାଥ ପରିଜା, ସମ୍ପାଦକ ସୁଶାନ୍ତ ପଟେଲ, ପ୍ରଫେସର ପିୟୁଷ ରଞ୍ଜନ ଦାସ, ସୂର୍ଯ୍ଯକାନ୍ତ ଦାସ, କରୁଣାକର ପାଟ୍ଟଶାଣୀ, ଗଜେନ୍ଦ୍ରନାଥ ଦାଶ, ପ୍ରୀତମ ସାମଲ, ସମୀର କୁମାର ସାହୁ, ଡ. ରବୀନ୍ଦ୍ର ବାରିକ, ଆସ୍ତିକ ବାରିକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ସଭାପତି, ସମସ୍ତ ଅତିଥି , ବିଷୟ ବିଶେଷଜ୍ଞ ତଥା ଅଧ୍ୟାପକମାନେ ସେମାନଙ୍କ ବକ୍ତବ୍ୟରେ ଗୁଣବତ୍ତା, ପାରଦର୍ଶିତା, ଉତ୍ତର ଦାୟିତ୍ଵ, ନୈତିକ ଦାୟିତ୍ବ, ଚରିତ୍ର ଗଠନ, ଶିକ୍ଷକ ଚୟନରେ ଗୁଣାତ୍ମକ ମାନ, ଶୈକ୍ଷିକ ବାତାବରଣ, ରାଷ୍ଟ୍ର ଓ ସମାଜ ନିର୍ମାଣରେ ଭୂମିକା, ଛାତ୍ର- ଛାତ୍ରୀ ଓ ଅଭିଭାବକଙ୍କ ପ୍ରତି ଶିକ୍ଷକଙ୍କ ଦାୟିତ୍ଵ, ବ୍ୟବସ୍ଥାରେ ସୁଧାର ଆଣିବା, ପ୍ରତିଶ୍ରୁତିବଦ୍ଧତା ଓ ସଚେତନତା ତଥା ସମୟର ଆବଶ୍ୟକତା ନେଇ ଶିକ୍ଷକମାନଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ରାଉରକେଲା ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ, ଚିତ୍ତରଞ୍ଜନ ଜେନା, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

