କେନ୍ଦୁଝର:5//8,(ଉତ୍କଳ ସମାଚାର)ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଆଜି ଜିଲ୍ଲାପାଳ ଙ୍କ ମିନି ସମ୍ମିଳନୀ କକ୍ଷ, ରେ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଳିକ ଯୋଗ ଦେଇଥିଲେ ଏବଂ ଭୋଟର ତାଲିକା କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟି ମୁକ୍ତ କରିବା ଉପରେସମସ୍ତେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ, କେନ୍ଦୁଝର, ଅତିରିକ୍ତ ଉପଜିଲ୍ଳାପାଳ ଶ୍ରୀମତୀ ପୁନମ ବିନିତା ବାଗେ,ଡେପୁଟି କଲେକ୍ଟର (ନିର୍ବାଚନ) ଅରୁଣିମା ସାହୁ, ସହକାରୀ ଜିଲ୍ଲାପାଳ ସନ୍ତୋଷ ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟରୁ ପ୍ରକାଶ ଚନ୍ଦ୍ର ସୁତ୍ରଧର,ଶ୍ରୀ ପ୍ରମୋଦ ପଟ୍ଟନାୟକ, ଶ୍ରୀ ସୁଢଳ କୁମାର ସେଠୀ, ଶ୍ରୀ ଭବାନି ଶଙ୍କର ମହନ୍ତ, ଶ୍ରୀ ସୋମନାଥ ଜେନା ପ୍ରମୁଖ ଯୋଗ ଦେଇଥିଲେ।

