ରାଉରକେଲା:5//8,(ଉତ୍କଳ ସମାଚାର)ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ଅଗଷ୍ଟ ମାସ ୪ ତାରିଖରେ ପତଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରା ଯାଉଛି । ଏହି ଉପଲକ୍ଷେ ସେକ୍ଟର -୨୦ କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ବାଳକୃଷ୍ଣଜୀ ଙ୍କ ଦୀର୍ଘାୟୁ କାମନା କରିବା ସହିତ ସମସ୍ତଙ୍କ ମଙ୍ଗଲାର୍ଥେ ହବନ ଯଜ୍ଞ ହେମନ୍ତ କୁମାର ଜେନାଙ୍କ ପୌରୋହିତରେ ସମ୍ପନ୍ନ କରାଯାଇ ଥିଲା । ଏହା ପରେ ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି ଦିବସରେ ସେକ୍ଟର-ଲ ୧୭-୧୮ ପଡ଼ିଆ ପରିସରରେ ଔଷଧୀୟ ଗୁଣ ଚାରା ରୋପଣ କରା ଯାଇ ଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହ ରାଜ୍ୟ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥା ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀ ଆୟୁର୍ବେଦକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରି ଭାରତର ଗୌରବ ଓ ସଂସ୍କୃତି ବଜାୟ ରଖି ଥିବାରୁ ତାହାର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆୟୁର୍ବେଦିକ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଏହି ଦିବସରେ ଔଷଧୀୟ ବୃକ୍ଷ ରୋପଣ କରିବା ସହିତ ଏହାର ଯତ୍ନ ନେବା ଓ ପ୍ରତ୍ୟେକ ବ୍ୟକ୍ତି କମ ସେ କମ ଏକ ବୃକ୍ଷ ରୋପଣ କରିବା , ଯାହା ଦ୍ଵାରା ଆମ ଆଗାମୀ ପିଢ଼ି ପିଠିରେ ଅମ୍ଳଜାନ ପାଇଁ ଅକ୍ସିଜେନ ସିଲିଣ୍ଡର ବୋହିବାକୁ ପଡ଼ିବ ନାହିଁ । ସମସ୍ତେ ନିରୋଗ ଜୀବନ ଯାପନ କରନ୍ତୁ ବୋଲି କାମନା କରିବା ସହିତ ଏହାକୁ ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନି ସ୍ୱାଇଁ , ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା କୃଷକ ସେବା ସମିତି ପ୍ରଭାରୀ ପୀତବାସ ପ୍ରଧାନ , ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ଓ ବି ଏସ ଟି ମହାମନ୍ତ୍ରୀ ଆରତୀ ସାହୁ ଜଡ଼ିବୁଟି ଦିବସ ଉପରେ ତାଙ୍କର ବକ୍ତବ୍ୟ ଦେଇଥିଲେ । ଏହାପରେ ବିଭିନ୍ନ ଜଡି ବୁଟି ଚାରା ଯଥା, ହରିଡା, ବାହାଡା, ନିମ୍, ଅଳା, ପିଜୁଳି, ଅଶ୍ଵଗନ୍ଧା, ଗଙ୍ଗ ଶିୟୁଳି, ଭୁର୍ସୁଙ୍ଗା ଆଦି ଚାରା ରୋପଣ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷକ ରଞ୍ଜିତା ପାଣିଗ୍ରାହୀ, ସନ୍ଧ୍ୟାରାଣୀ ସାହୁ, ବିଷ୍ଣୁପ୍ରିୟା ଦାଶ, କୌଶଲ୍ୟା ପୃଷ୍ଟି, ଶରତ ଚନ୍ଦ୍ର ଦାସ, ସସ୍ମିତା ସାହୁ, ଅନୁସୁୟା ବାରିକ, ତପସ୍ୱିନୀ ସାହୁ , କଳ୍ପନା ପଣ୍ଡା, ନିବେଦିତା ବେହେରା, ପ୍ରିୟଦର୍ଶନୀ ପାଢ଼ୀ, କାଞ୍ଚନବାଳା ଭୋଇ, ପୁଷ୍ପିତା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତ, ରେବତୀ ବେହେରା, ସସ୍ମିତା ବେହେରା, ବିନୋଦ ଭୋଇ, ହରେ କୃଷ୍ଣ ସାହୁଙ୍କ ସମେତ ବହୁ ସାଧକ ସାଧିକା ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

