ନବରଙ୍ଗପୁର:6//8,(ଉତ୍କଳ ସମାଚାର)[ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ଶିଶୁଟିଏ- ବୃକ୍ଷଟିଏ’ ଶୀର୍ଷକ ଏକ ସ୍ୱତନ୍ତ୍ର ବନ ମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ପ୍ରକୃତ ବନ୍ଧୁ’ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସମାଜସେବୀ ବାବୁଲାଲ ଅଧ୍ୟକ୍ଷତା ରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ବାବୁଲାଲଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ବିନୋଦ ହରିଜନ, ରାମେଶର ବିଷୋୟୀ ଛାତ୍ରଛାତ୍ରୀମାନେ ମିଶି ସ୍କୁଲ ଆଖପାଖରେ ତୁଳସୀ ବୃକ୍ଷ, ଚମ୍ପା,କୃଷ୍ଣଚୂଡ଼ା, ରାଧାଚୂଡ଼ା, ନିମ୍ବ, ଚନ୍ଦନ , ପିସ୍ତା ବାଦାମ ଆମ୍ବ ଓ ବଉଳ ଭଳି ବିଭିନ୍ନ ଫଳଦାୟୀ ଓ ଛାୟାପ୍ରଦ ଗଛର ଚାରା ରୋପଣ କରିଥିଲେ।ପ୍ରକୃତ ବନ୍ଧୁ ପୁରସ୍କାର ପ୍ରାପ୍ତ ବାବୁଲାଲ ନିଜ ବକ୍ତବ୍ୟରେ କହିଥିଲେ, “ଯେପରି ଗୋଟିଏ ଶିଶୁକୁ ସ୍ନେହ ଓ ଯତ୍ନ ଦେଇ ବଡ଼ କରାଯାଏ, ସେହିପରି ରୋପଣ କରାଯାଇଥିବା ପ୍ରତ୍ୟେକ ଚାରାଗଛର ସୁରକ୍ଷା ଓ ଯତ୍ନ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ‘ଶିଶୁଟିଏ- ବୃକ୍ଷଟିଏ’ ଅଭିଯାନ କେବଳ ଗଛ ଲଗାଇବାର କାର୍ଯ୍ୟକ୍ରମ ନୁହେଁ, ଏହା ଆଗାମୀ ଭବିଷ୍ୟତ ପାଇଁ ସବୁଜିମା ଓ ସୁସ୍ଥ ପରିବେଶ ସୃଷ୍ଟି କରିବାର ଏକ ସଂକଳ୍ପ।”
ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଚାରାଗଛର ଦାୟିତ୍ୱ ଦିଆଯାଇଥିଲା। ପିଲାମାନେ ସେହି ଗଛଗୁଡ଼ିକର ନିୟମିତ ଯତ୍ନ ନେବେ ବୋଲି ସଭାରେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗଛ ବଞ୍ଚାଇବାକୁ ବୁଝାଯାଇଥିଲା । ଏହି ସଫଳ ଆୟୋଜନ ପାଇଁ ବିଦ୍ୟାଳୟ ରେ ବାବୁଲାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟ କ୍ରମ ସଫଳ ରୂପାୟନ ପାଇଁ ଅର୍ପଣ କରିଥିଲେ।

