କେନ୍ଦୁଝର:9//8,(ଉତ୍କଳ ସମାଚାର)ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ବିଜ୍ଞାନ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଏନ୍.ଏସ୍. ପୋଲିସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୫୦ରୁ ଅଧିକ ଜଣ ବିଜ୍ଞାନ ଶିକ୍ଷକ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଏଡିଇଓ ଶ୍ରୀକାନ୍ତ ବେହେରା ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ନବସୃଜନ, ସୃଜନଶୀଳତା ଓ ସମସ୍ୟା ସମାଧାନ କୌଶଳର ବିକାଶରେ ଆଲୋକପାତ କରିଥିଲେ। । ଜିଲ୍ଲା ଓଷ୍ଟା ସମ୍ପାଦକ ରଞ୍ଜନ କୁମାର ଘଡ଼େଇ ତାଙ୍କର ଉଦ୍ବୋଧନରେ ଶିକ୍ଷକମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କ ପାଇଁ ଏକ ଆଲୋଚନାତ୍ମକ ଓ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେଳା ରାଉତଙ୍କ ସହ ବିବେକାନନ୍ଦ ରାଉତ, ସାଗରିକା ସାହୁ ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ। ସେମାନଙ୍କ ସହଯୋଗରେ ସଭା ପାଇଁ ସୁଚାରୁ ଓ ଉତ୍ତମ ବ୍ୟବସ୍ଥା କରାଯାଇଥିଲା।ପରମେଶ୍ୱର ମହାନ୍ତ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

