କେନ୍ଦୁଝର:9//8,(ଉତ୍କଳ ସମାଚାର)ହିନ୍ଦମଜଦୁର ସଭା ର ଆଗାମୀ ରାଜ୍ୟ ସମ୍ମିଳନୀ ପରିପେକ୍ଷୀ ରେ ଏକ ପ୍ରସ୍ତୁତି ବୈଠକ ଗତ ୭ତାରିଖ ଦିନ ସଦର ବ୍ଲକ ପଦ୍ମପୁର କଲ୍ୟାଣ ମଣ୍ଡପ ରେ ସତ୍ୟନାରାୟଣ ପଣ୍ଡା ଙ୍କ ଆବାହକତ୍ବ ରେ ଅନୁଷ୍ଠିତ ହୋଇଯାଇଛି, ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ସମ୍ମିଳନୀ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କମ୍ରେଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ବୈଠକ ରେ ଅଧ୍ୟକ୍ଷତା କରିଥିଲେ, ଏହି ବୈଠକ ରେ ଜିଲ୍ଲାର ସମସ୍ତ ଅନୁବନ୍ଧିତ ଶ୍ରମିକ ସଂଗଠନ କର୍ମକର୍ତା ସଦସ୍ୟ ବୃନ୍ଦ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରି ଆଗାମୀ ସମୟ ରେ ସଂଗଠନ କୁ ଆହୁରି ଦୃଢ କରିବାକୁ ଶପଥ ନେଇଥିଲେ, ହିନ୍ଦମଜଦୁର ରାଜ୍ୟ କର୍ମକର୍ତା ବିରଜା କିଙ୍କର ନାୟକ ସଂଯୁକ୍ତା ମହଲା, ପ୍ରଭାକର ପଲେଇ, ମନୋରଞ୍ଜନ ମହାରଣା, ପ୍ରଦୀପ କୁମାର ନାୟକ ପ୍ରମୁଖ ଏହି ସଂଗଠନ କୁ ଆହୁରି ଶ୍ରମିକାଭିମୁଖୀ କରିବାପାଇଁ ଆହ୍ୱାନ ଦେଇଥିଲେ, ଅନ୍ୟ ନୂତନ ସଂଗଠନ ର ଗୋପ ସାହୁ, ପ୍ରଭୁଦତ୍ତ ପ୍ରଧାନ ହୃଷିକେଶ ଜେନା, ନିହାର ବୈଦା, ମଦନ ସେଠି, ଯତୀନ୍ଦ୍ର ରାଉତ, ରେଲାଣ ପଣ୍ଡା, ପ୍ରମୁଖ ସଂଗଠନ ରେ ସାମିଲ ହୋଇଥିଲେ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର , ପୂର୍ବତନ ପୌରାଧ୍ୟକ୍ଷ ପ୍ରଭଞ୍ଜନ ପଟନାଏକ ,ରାଧା ନାଏକ ,ଭରତ ସାହୁ ,ଅତୁଲ୍ୟ ଦାସ ,ଧରଣୀ ନାଏକ ,ଗିରିଧାରୀ ନାଏକ ,ସରସ୍ବତୀ ନାଏକ ,ମାନସ ମୁଦୁଲି ,ସୁରଜ୍ୟନାରାୟଣ ପଣ୍ଡା ,ସିଦ୍ଧାର୍ଥ ଶଙ୍କର ସାହୁ ,ଚିତ୍ରସେନ ବ୍ରହ୍ମ,ସତ୍ୟାନଂଦ ସାହୁ ,ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ, ଶେଷରେ ପ୍ରଭୂଦତ୍ତ ପ୍ରଧାନ ବଡ଼ବିଲ ସଂଗଠନ ହୃଷୀକେଶ ଜେନା ଙ୍କୁ ଯୋଡ଼ାସଂଗଠନ ଆବାହକ ଭାବେ ରଣେଦ୍ରପ୍ରତାପ ସ୍ଵାଇଁ ଙ୍କ ଅନୁମୋଦନ କ୍ରମେ ସଂଯୁକ୍ତା ମହଲା ଘୋଷଣା କରିଥିଲେ

