ରାଉରକେଲା:11//8,(ଉତ୍କଳ ସମାଚାର)ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ର ସ୍ବାସ୍ଥ୍ୟ ବିଭାଗ ଓ ସେକ୍ଟର ୨୦ ନେହେରୁପାଲୀ ସ୍ଥିତ ଏକତା କ୍ଲଷ୍ଟର ମହିଳା ମହାସଂଘ ର ସହଭାଗିତାରେ ଅଟଳ ସ୍ବଚ୍ଛତା ଅଭିଯାନ ଗୃପ ମାଧ୍ୟମରେ ନେହେରୁ ପାଲୀ ଓ ମିଶ୍ରଖଟାଲ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ସମାଜସେବୀ ଗଣେଶ ଜୟସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାରାୟଣ ସିଂ, ଧିରେନ୍ଦ୍ର ଓଝା, ମିଶ୍ର ଖଟାଲ ର ସଭାପତି ରମେଶ ଯାଦବ, ଏକତା ଗୃପର ସଭାପତି ଲିଲିମା ଜୟସିଂହ, ଗୋକୁଳି ମହାପାତ୍ର, ଅମୂଲ୍ୟ ରାଉତ, ମହେଶ୍ୱର ଜେନା, ରୀତା ମହାପାତ୍ର, ଜାନକୀ ଦେବୀ,ଆଲୋକ ଜୟସିଂହ, ଗୀତା,ପୁନମ୍, ଶିବକୁମାରୀ, ଗଙ୍ଗା, ଯମୁନା, ସରସ୍ଵତୀ, ସୁକାନ୍ତି,ଜ୍ଞାତି ଦେବୀ,ରାଧିକା,ଗୈ।ରୀ, ରଣବୀର, ରିତେଶ ପ୍ରମୁଖ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ଭାଗନେଇଥିଲେ। ସୂଚନାଯୋଗ୍ୟ ଯେ ଏହି ଅଟଳ ସ୍ବଚ୍ଛତା ଅଭିଯାନ ଗୃପ ପ୍ରତ୍ୟେକ ରବିବାର ଦିନ ସକାଳ ୧ଘଣ୍ଟା ସ୍ବଚ୍ଛତା କାର୍ଯ୍ୟକ୍ରମ କରିବ ବୋଲି ଜଣାପଡିଛି।

