ରାଉରକେଲା ୧୨/୮,(ଉତ୍କଳ ସମାଚାର) ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ରାଉରକେଲା ଉଦିତନଗର ମିନି ଷ୍ଟାଡିୟମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ଯାରେଡ୍ ପୂର୍ବାଭ୍ଯାସ କରାଯାଇଛି।ପାଗ ଅନୁକୂଳ ଥିବାରୁ ସ୍ଵାଧୀନତା ଦିବସ ପ୍ଯାରେଡରେ ଭାଗ ନେବାକୁଥିବା ବିଭିନ୍ନ ଓଡ଼ିଆ ମାଧ୍ୟମ ହାଇ ସ୍କୁଲ, ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପ୍ଯାରେଡ୍ ୟୁନିଫର୍ମରେ ସଜ୍ଜିତ ହୋଇ ଆଜି ସକାଳେ ଉଦିତନଗର ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା, ରାଉରକେଲା ରିଜର୍ଭ ପୋଲିସ୍ ଇନିସପେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ପ୍ଯାରେଡ୍ ପୂର୍ବାଭ୍ଯାସ କରାଇଥିଲେ।

