ନବରଙ୍ଗପୁର:13//8,(ଉତ୍କଳ ସମାଚାର) ଆଜି ନବରଙ୍ଗପୁରଠାରେ ‘ହର ଘର ତ୍ରିରଙ୍ଗା ଅଭିଯାନ-୨୦୨୬’ ଅବସରରେ ଏକ ବିଶାଳ ତ୍ରିରଙ୍ଗା ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ସକାଳ ୭:୩୦ ଘଣ୍ଟା ସମୟରେ ଏହି ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ବାଇପାସ୍ ରୋଡ୍ ଦେଇ ମଙ୍ଗଳ ଟିମ୍ବର ଛକ ଏବଂ ସେଠାରୁ ନବରଙ୍ଗପୁର ସହର ପରିକ୍ରମା କରି ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିଥିଲା। ଦେଶପ୍ରେମରେ ଉଦବୁଦ୍ଧ ଏହି ରାଲିରେ ୫୦୦ରୁ ଊର୍ଦ୍ଧ୍ୱ ବାଇକ୍ ଚାଳକ ହାତରେ ତ୍ରିରଙ୍ଗା ପତାକା ଧରି ସାମିଲ ହୋଇଥିଲେ।ଏହି ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ରେ ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡା. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ବର୍ମନ, ପୌରାଧ୍ୟକ୍ଷ କୁନୁ ନାୟକ,ସିଡିଓ ତଥା ଜିଲ୍ଲା ପରିଷଦ ଇଓ , ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପି ଏ ,ଆଇ ଟି ଡି ଏ ରାଜୀବ ସାହୁ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ସି ଓ ଘାଶିଆ ହରିଜନଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟଲୟ କର୍ମଚାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ,କାର୍ଯ୍ୟାଳୟ କର୍ମଚାରୀ,ସୁରକ୍ଷା କର୍ମୀ,ବିଭିନ୍ନ ଅନୁଷ୍ଠାନ ର ଯୁବ କର୍ମୀ, ସି ଆର୍ ପି ଏଫ୍, ପୋଲିସ, ଗଣମାଧ୍ୟମ ପ୍ରତିନିଧି,ଇଚ୍ଛୁକ ଦେଶପ୍ରେମୀ, ଯୁବା ବନ୍ଧୁ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଏକ ବଡ଼ ସଫଳତା ପ୍ରଦାନ କରିଥିଲେ। ସମଗ୍ର ସହରରେ ଏକ ଅପୂର୍ବ ଦେଶପ୍ରେମ ଓ ଉତ୍ସାହର ବାତାବରଣ ଖେଳିଯାଇଥିଲା

