ରାଉରକେଲା:13//8,(ଉତ୍କଳ ସମାଚାର) ସମ୍ପ୍ରତ୍ତି ପୁଲିସ ର ରାତ୍ରି କାଳୀନ ପେଟ୍ରୋଲିଂର ଢିଲାପଣ ଯୋଗୁଁ ଚୋରି ବୃଦ୍ଧି ପାଉଛି ବୋଲି ସହରରେ ଚର୍ଚ୍ଚା ଧରିଛି। ସେକ୍ଟର ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ପୁଲିସ କେତେକାଂଶରେ ସଫଳତା ପାଇଥିଲା ବେଳେ ବହୁ ସ୍ଥାନରେ ସଫଳତା ନଗଣ୍ୟ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ସେକ୍ଟର ୩ ଥାନା ଅନ୍ତର୍ଗତ ତାରିଣୀ ମନ୍ଦିର ପାଖ ବାସନ୍ତୀ ପୂଜା ପଡ଼ିଆ ନିକଟରେ ଥିବା ଅଶୋକ ବଳ ଙ୍କ ଦୋକାନରୁ ଗତକାଲି ରାତିରେ କୈ।ଣସି ଦୁବୁର୍ତ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗି ମ୍ୟାଗି, ଚକୋଲେଟ୍, ଅମୂଲ୍ୟା, କୋଲଡିଙ୍କ୍ସ, ସିଗାରେଟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରାୟ ୧୫ ହଜାର ଟଙ୍କାର ସାମଗ୍ରୀ ଚୋରି କରିବା ସହ ଦୋକାନରେ ଥିବା ଆଇସକ୍ରିମ,ପନୀର,କେକ୍ ଖାଇବା ଓ ଦୋକାନରେ ଥିବା ପ୍ରାୟ ସାଢେ଼ ୪ ହଜାର ଟଙ୍କା ଚୋରି କରିନେଇଥିବା ସେକ୍ଟର ୩ ଥାନାରେ ଅଭିଯୋଗ କରାଯାଇଛି। ଗତକାଲି ରାତିରେ ବର୍ଷା ର ସୁଯୋଗ ନେଇ ଚୋରି ହୋଇଥିବା ଜଣା ପଡିଛି। ତେବେ ଗତକାଲି ରାତିରେ ଭୀଷଣ ବର୍ଷା ଓ ଆଜବେଷ୍ଟସ ଭାଙ୍ଗା ଯୋଗୁଁ ବର୍ଷାପାଣି ପଶି ବହୁ ଜିନିଷ ନଷ୍ଟ ହୋଇଥିବା ଜଣାପଡିଛି।ଗତକିଛି ମାସ ହେଲା ସେକ୍ଟର ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବାରୁ ଏନେଇ ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।

