କେନ୍ଦୁଝର,14//8,(ଉତ୍କଳ ସମାଚାର): ସ୍ୱାଧୀନତା ଦିବସ ପାଳନ ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ଓ ଭବ୍ୟ “ତ୍ରିରଙ୍ଗା ଯାତ୍ରା” ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଆନୁଷ୍ଠାନିକ ଭାବେ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ହାତରେ ଜାତୀୟ ପତାକା ଧରି, “ଭାରତ ମାତା କି ଜୟ” ଓ “ବନ୍ଦେ ମାତରମ୍” ନାରାରେ ସମଗ୍ର ସହରକୁ କମ୍ପିତ କରିଥିଲେ।ଷ୍ଟାଡିୟମରୁ ବାହାରି ଏହି ଯାତ୍ରା ସହରର ପ୍ରମୁଖ ଛକ ପରିକ୍ରମା କରିବା ସହ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧ ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲା। ପ୍ରତ୍ୟେକ ନାଗରିକ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ଦେଶର ବୀର ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। ଆରକ୍ଷୀ ଅଧୀକ୍ଷକ ଶ୍ରୀ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁକାନ୍ତ ମାଝୀ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସରୋଜ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ, ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ଭାବେ ହାତରେ ତ୍ରିରଙ୍ଗା ଧରି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ସନ୍ଧ୍ୟା ରେ ଜିଲ୍ଲାପାଳ ଙ୍କ ସରକାରୀ ପ୍ରାଙ୍ଗଣ ରୁ ଏକ କ୍ୟାଣ୍ଡଏଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଗଣମାଧ୍ୟମ ତିନିଧିମାନଙ୍କର ସକ୍ରିୟ ଭାଗିଦାରୀ ଓ ବ୍ୟାପକ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ ଓ ଉତ୍ସାହଜନକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।

