ରାଜଗାଙ୍ଗପୁର:17//8,(ଉତ୍କଳ ସମାଚାର) ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କେଶର୍ମାଲ ଗ୍ରାମ ନିକଟ ନଦୀରେ ଜଳ ସ୍ରୋତ ଗତ କାଲି ସନ୍ଧ୍ୟା ରେ ଅବସର ପ୍ରାପ୍ତ ବୀର ଯବାନ ନିଜ ବୁଲେଟ ମଟର ସାଇକେଲ ରେ ଗ୍ରାମ କୁ ଯିବା ସମୟରେ କେଶର୍ମାଲ ପଞ୍ଚାୟତ ନିକଟ ନଦୀର ଜଳ ସ୍ରୋତ ରେ ଜଣେ ଅବସରପ୍ରାପ୍ତ ଜୱାନ ଭାସିଯାଇ ନିଖୋଜ ହୋଇଥିବା ଜଣା ଯାଇଛି l ଘଟଣା ରୁ ପ୍ରକାଶ ଯେ କେଶରା ମାଳ ପଞ୍ଚାୟତ ର ଗରିଆମାଳ ଗ୍ରାମର ଅବସର ପ୍ରାପ୍ତ ବୀର ଯବାନ ସୁନୀଲ ତିଗା(46)ଅବସର ଗ୍ରହଣ କରିବା ପରେ ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ହକି ଖେଳିବା ପ୍ରଶିକ୍ଷଣ ଦେବା ସହ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିଲେ l ଗତ କାଲି ସ୍ୱାଧୀନତା ଦିବସ ଉପଲକ୍ଷେ ରମାଵାହଲ ଠାରେ ହକି ଖେଳ ପ୍ରତିଯୋଗିତା ଦେଖିବା ସହ ତାଙ୍କୁ ସମ୍ମାନୀତ କରିବା ପାଇଁ ଆମନ୍ତ୍ରଣ କରା ଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ଶେଷ କରି ନିଜ ଗ୍ରାମକୁ ଓ ଡି 14-ଏଏ-୮608 ବୁଲେଟ ମଟର ସାଇକେଲ ରେ ଘରକୁ ଫେରୁଥିବା ବେଳେ କେଶରା ମାଳ ଗ୍ରାମ ନିକଟ ପୋଲ ଉପରେ ଜଳ ସ୍ରୋତ ର ଅନୁମାନ କରି ପରି ନଥିଲେ ଓ ସେହି ପୋଲ ମଝିରେ ଖାଲ ମଧ୍ୟ୍ୟ ରହିଛି ଯାହା ଫଳରେ ନିୟନ୍ତ୍ରଣ ହରାଇ ନଦୀ ଗର୍ଭର ରେ ମଟର ସାଇକେଲ ସହ ପଡି ଯାଇଥିଲେ କିଛି ଦୂର ନଦୀ ଜଳସ୍ରୋତ ରେ ପହଁରିଵା ଚେଷ୍ଟା କରି ଥିଲେ କିନ୍ତୁ ମୁଣ୍ଡରେ ହେଲମେଣ୍ଟ ଗୋଡ଼ରେ ଜୋତା ଯୋଗୁ ତାଙ୍କ ଚେଷ୍ଟା ବିଫଳ ହେଇଯାଇଥିଲା ଜଳ ସ୍ରୋତ ଏପରି ପ୍ରଖର ଥିଲା ଯେ କି ତାର ମୁକାବିଲା ନ କରି ଜଳ ସ୍ରୋତ ରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ l14-ଏଏ-୮608 ବୁଲେଟ ମଟର ଟିକୁ ଉଦ୍ଧାର କରିନେଇଛି କିନ୍ତ ଗତ ସନ୍ଧ୍ୟା ଠାରୁ ଘଟଣା ସ୍ଥଳରେ ଦମକଳ ବାହିନୀ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ହୋଇ ଜାୱାନ ଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଥିବା ଜଣା ପଡିଛି

