ପାପଡାହାଣ୍ଡି:17//8,(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ଲାଲ ବାହାଦୁର ମିନି ଷ୍ଟାଡିଅମ ଠାରେ ୮୦ ତମ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳନ କରାଯାଇଛି | ଏଥିରେ ପାପଡାହାଣ୍ଡି ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ହେମଲତା ମାଝୀ ପତାକା ଉତ୍ତୋଳନ କରିଥିଲେ | ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଅଭିଭାଷଣ ପ୍ରଦାନ କରିଥିଲେ |ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳ ଦେବ ସାହୁ,ପାପଡାହାଣ୍ଡି ଥାନ ଏସ ଆଇ ଶ୍ରୀ ଉମାକାନ୍ତ ଶବର ଏ ଏସ ଆଇ ଶ୍ରୀ ଶଶୀ ରଞ୍ଜନ ନାଗ, ସି ପି ଶ୍ରୀ ଅରୂପ ତ୍ରିପାଠୀ ଆର ଇ ସୁଜିତ ପାଳ, ଜେ ଇ ଶ୍ରୀ ରତ୍ନାକର ପାଇକ ,ଜେ ଇ ଶ୍ରୀ ବାପୁଜୀ ନାୟକ ହରିଶ୍ଚନ୍ଦ୍ର ପାଣିଗ୍ରାହୀ,ଏ ବି ଇ ଓ ବାଳକ ଦାସ ରନ୍ଧାରୀ ମଧ୍ୟ ମଞ୍ଚ|ସିନ ହୋଇଥିଲେ |ପତାକା ଉତ୍ତୋଳନ ପରେ ମୁଖ୍ୟ ଅତିଥି ପାପଡାହାଣ୍ଡି ବ୍ଲକ ର ବିଦ୍ୟାଳୟ ମାନଙ୍କ ପ୍ୟାରେଡ ପରିଦର୍ଶନ କରିଥିଲେ |ବିଦ୍ୟାଳୟ ମାନଙ୍କରୁ ଆସିଥିବା କୁନିକୁନି ପିଲାମାନେ ଷ୍ଟାଡିଅମ ଠାରେ ନୃତ୍ୟ ପରିବେଷଣ କରିଥିଲେ | ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତରଫରୁ ଆଦର୍ଶ ବିଦ୍ୟାଳୟ ଠାରେ ସମସ୍ତ ବିଦ୍ୟାଳୟ ମାନଙ୍କର ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା |ସେଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଓ ନୃତ୍ୟ ପରିବେଷଣ, ପେରେଡ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଗଲା | ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ଓ ପୋଲିସ ବିଭାଗ ସାହାଯ୍ୟ ସହଯୋଗ କରିଥିଲେ |ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସୁଦାମ ସେଠି

