ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ 18/8/26,(ଉତ୍କଳ ସମାଚାର) ଅବସର ପ୍ରାପ୍ତ ଯବାନ ପ୍ରୋଖୋର ଜଳ ସ୍ରୋତରେ ଭାସି ନିଖାଜ ଥୀବ ମୃତ ଶରୀର ଉଦ୍ଧାର ସୂଚନା ମୁତାବକ ସ୍ୱାଧୀନତା ଦିବସ ଦିନ ଶନିବାର ସନ୍ଧ୍ୟା ରେ ଅବସର ପ୍ରାପ୍ତ ବୀର ଯବାନ ନିଜ ବୁଲେଟ ମଟର ସାଇକେଲ ରେ ଗ୍ରାମ କୁ ଫେରିବା ସମୟ ରେ କେଶର୍ମାଲ ଗ୍ରାମ ନିକଟ ନକଟି ନଦୀର ଜଳ ସ୍ରୋତ ରେ ଭାଇ ଯାଇ ନିଖୋଜ ହୋଇଥିଲେ l ଘଟଣା ରୁ ପ୍ରକାଶ ଯେ କେଶରା ମାଲ ପଞ୍ଚାୟତ ର ଗରିଆମାଳ ଗ୍ରାମର ଅବସର ପ୍ରାପ୍ତ ବୀର ଯବାନ ସୁନୀଲ ତିଗା(46)ଅବସର ଗ୍ରହଣ କରିବା ପରେ ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ହକି ଖେଳିବା ପ୍ରଶିକ୍ଷଣ ଦେବା ସହ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିଲେ l ସ୍ୱାଧୀନତା ଦିବସ ଉପଲକ୍ଷେ ରମାଵାହଲ ଠାରେ ହକି ଖେଳ ପ୍ରତିଯୋଗିତା ଦେଖିବା ସହ ତାଙ୍କୁ ସମ୍ମାନୀତ କରିବା ପାଇଁ ଆମନ୍ତ୍ରଣ କରା ଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ କାର୍ଯ୍ୟକ୍ରମ ଶେଷ କରି ନିଜ ଗ୍ରାମକୁ ଓ ଡି 14-ଏଏ-୮608 ବୁଲେଟ ମଟର ସାଇକେଲ ରେ ଘରକୁ ଫେରୁଥିବା ବେଳେ କେଶରା ମାଳ ଗ୍ରାମ ନିକଟ ନକଟି ନଦୀ ପୋଲ ଉପରେ ଜଳ ସ୍ରୋତ ର ଅନୁମାନ କରି ପରି ନଥିଲେ ଓ ସେହି ପୋଲ ମଝିରେ ଖାଲ ମଧ୍ୟ୍ୟ ରହିଛି ଯାହା ଫଳରେ ନିୟନ୍ତ୍ରଣ ହରାଇ ନଦୀ ଗର୍ଭର ରେ ମଟର ସାଇକେଲ ସହ ପଡି ଯାଇଥିଲେ କିଛି ଦୂର ନଦୀ ଜଳସ୍ରୋତ ରେ ପହଁରିଵା କୁ ଚେଷ୍ଟା କରି ଥିଲେ କିନ୍ତୁ ମୁଣ୍ଡରେ ହେଲମେଣ୍ଟ ଗୋଡ଼ରେ ଜୋତା ଯୋଗୁ ତାଙ୍କ ଚେଷ୍ଟା ବିଫଳ ହେଇ ଯାଇଥିଲା ଜଳ ସ୍ରୋତ ଏପରି ପ୍ରଖର ଥିଲା ଯେ କି ତାର ମୁକାବିଲା ନ କରି ଜଳ ସ୍ରୋତ ରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ lଶନିବାର ସନ୍ଧ୍ୟା ଠାରୁ ଘଟଣା ସ୍ଥଳରେ ଦମକଳ ବାହିନୀ ସ୍ଥାନୀୟ ଜନ ସାଧାରଣ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ହୋଇ ଜାୱାନ ଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଥିବା ବେଳର ଆଜି ମଙ୍ଗଳ ବାର ୨୭, ଅଗଷ୍ଟ ଦିନ 43 ଘଣ୍ଟା ପରେ ସ୍ଥାନୀୟ ପୋଲିସ ପ୍ରଶାସନ ଅଗ୍ନିଶମ ବିଭାଗ,(ଏନଡ଼ି ଆର ଅଫ),ଟିମ ଓ ଗ୍ରାମ ବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଚେଷ୍ଟା ପରେ ଜୱାନ ଙ୍କ ଶରୀର ଉଦ୍ଧାର କରା ଯାଇଥିଲା

