ରାଉରକେଲା:24//9,(ଉତ୍କଳ ସମାଚାର)ରିଖରେ ରାଉରକେଲାର ହରିୟାଣା ଭବନ ନିକଟସ୍ଥ ଡେଲି ମାର୍କେଟ୍ ଅଞ୍ଚଳରେ ଏହି ଷ୍ଟୋର୍ର ଶୁଭାରମ୍ଭ କରାଯାଇଥିଲା। ଏହି ଷ୍ଟୋର୍ରେ ସୋଲାର ପ୍ୟାନେଲ୍, ଇନଭର୍ଟର, ଷ୍ଟୋରେଜ୍ ସିଷ୍ଟମ୍ ଏବଂ ବିଭିନ୍ନ ସୋଲାର ଉତ୍ପାଦ ପ୍ରଦର୍ଶିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ୱାରୀ ଏନର୍ଜିଜ୍ ଲିମିଟେଡ୍ର ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀ ଶିବାଶିଷ ନେଗୀ ଏବଂ ପଶ୍ଚିମ ଓଡ଼ିଶା ପ୍ରତିନିଧି ଶ୍ରୀ ରାହୁଲ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ। ଷ୍ଟୋର୍ର ମାଲିକ ଶ୍ରୀ ବ୍ରିଜ୍ ମୋହନ ଅଗ୍ରୱାଲ୍ ଏବଂ ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।ଏହା ବ୍ୟତୀତ ରାଉରକେଲାର ବିଶିଷ୍ଟ ବ୍ୟକ୍ତିବିଶେଷ ଯଥା ସନ୍ତୋଷ ପାରିକ, ମହେଶ ବଜିର, ପ୍ରବୀଣ ଗର୍ଗ, ଅନୁପମ ଦୋଶୀ, ଅଜୟ ଶର୍ମା, ରାଜେଶ ଅଗ୍ରୱାଲ୍, ଶ୍ରୀ ମନୋଜ ଅଗ୍ରୱାଲ୍, ସୁରଜ ବାପୋଡିଆ, ଶ୍ରୀ ପୱନ ଅଗ୍ରୱାଲ୍ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରବୀଣ ଅଗ୍ରୱାଲ୍ ‘ୱାରୀ’ର ବିଭିନ୍ନ ଉତ୍ପାଦ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେ ‘ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା’ ଏବଂ ସୋଲାର ବ୍ୟବହାରର ଅନ୍ୟାନ୍ୟ ଲାଭ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ସେ କହିଥିଲେ ଯେ ସୋଲାର ହେଉଛି ଭବିଷ୍ୟତ ଏବଂ ଲୋକମାନେ ବହୁତ ଦ୍ରୁତ ଗତିରେ ସୋଲାର ବ୍ୟବସ୍ଥାକୁ ଆପଣାଉଛନ୍ତି।ଗ୍ରାହକମାନଙ୍କୁ ବିଭିନ୍ନ ଉତ୍ପାଦ ଓ ଯୋଜନା ବିଷୟରେ ପଚାରି ବୁଝୁଥିବାର ଦେଖିବାକୁ ମିଳିଥିଲା ଏବଂ ସେମାନେ ନିଜ ଘର ତଥା ବ୍ୟବସାୟିକ ସ୍ଥାନରେ ସୋଲାର ବ୍ୟବସ୍ଥା ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

