ରାଉରକେଲା ୩୦/୯,(ଉତ୍କଳ ସମାଚାର) ୨୦୨୬ ସେପ୍ଟେମ୍ବର ୨୯ ତାରିଖ ସକାଳେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ୟୁକେ ଆହିର ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନଙ୍କ ସହିତ ଥାନା ଅଞ୍ଚଳରେ ଦିନ ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ବିଶ୍ୱସ୍ତ ସୂଚନା ପାଇବା ପରେ ଚନ୍ଦନ ଯାଦବ (୨୫ ବର୍ଷ) ନାମକ ଜଣେ ଅଭିଯୁକ୍ତକୁ ଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପବନ୍ଧୁପାଲି ନ୍ୟୁ ବସ୍ତି ଠାରେ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଥିଲା। ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ଏକ ଜଘନ୍ୟ ଅପରାଧକୁ ରୋକାଯାଇପାରିଥିଲା ଏବଂ କଠୋର ଅପରାଧୀକୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା। ଗରିଫ ହୋଇଥିବା ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପବନ୍ଧୁପାଲି ନ୍ୟୁ ବସ୍ତିର ଚନ୍ଦନ ଯାଦବ (୨୫ ବର୍ଷ) ପିତା ସୁରେଶ ଯାଦବ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଜବତ୍ କରାଯାଇଛି ଅଭିଯୁକ୍ତ ଚନ୍ଦନ ଯାଦବଙ୍କ ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ୬ଟି ଅପରାଧିକ ମାମଲା ରହିଛି। ଅଭିଯୁକ୍ତ ଚନ୍ଦନ ଯାଦବ (୨୫) ନାମରେ ପ୍ଲାଣ୍ଟସାଇଟ୍ ଥାନାରେ ଅସ୍ତ୍ରଶସ୍ତ୍ର ଆଇନର ଧାରା -୨୫(୧)(କ) ଅନୁଯାୟୀ କେସ୍ ନମ୍ବର – ୧୦୦୨/୨୯-୯-୨୦୨୬ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

