ମହାନଗରମୁଖ୍ୟ ଖବରରାଜ୍ୟ

ଭେଡେନ ପଂଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅତାବିରା,୭/୧ (ଉତ୍କଳ ସମାଚାର) (ଖିରୋଜ ନାୟକ) : ଶନିବାର ଦିନ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଭେଡେନ ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀସେନ ଜେନାଙ୍କ ସଭାପତିତ୍ୱରେ | ଏହି କାର୍ଯ୍ୟକ୍ରମରେ ଭେଡେନ ପଞ୍ଚାୟତର ସରପଞ୍ଚ ଅକ୍ଷୟ ସାହୁ, ଭେଡେନ ବ୍ଲକ କୃଷି ଅଧିକାରୀ ଜିବର୍ଦ୍ଧନ ବାରିକ, ଭେଡେନ ବ୍ଲକ ସିଏଚଓ ସ୍ବର୍ଣ୍ନଲତା ବିହାରି, ଏମପିଏଚଡ଼ବ୍ଲୁ     ରଏବାରି ମିଶ୍ର, ଭେଡେନ ବ୍ଲକ ପ୍ରାଣୀ ସଂପଦ ଅଧିକାରୀ ଋକୁଣୀ ଭୋଇ, ଆକାଶବାଣୀ ର କୈବର୍ତ୍ତ ସାହୁ ସମିତି ସଭ୍ଯ,ଓ୍ବାର୍ଡ ମେମ୍ବର ପଞ୍ଚାୟତର ସମସ୍ତ ଆଶା କର୍ମୀ, ଅଂଗନବାଡି କର୍ମୀ, ମହିଲା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ଯା, ସିଆରପି, ପଞ୍ଚାୟତବାସୀ ପ୍ରମୁଖ ଯୋଗଦାନକରିଥୀଲେ | କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ |

Leave a Reply

Your email address will not be published. Required fields are marked *