Uncategorized

ଶ୍ରୀ ବେଦବ୍ଯାସ ଗୋଶାଳାର ଅଧ୍ଯକ୍ଷ ଭାବରେ ଅଶୋକ ଅଗ୍ରୱାଲ ପୁନଃ ନିଯୁକ୍ତ

ରାଉରକେଲା ୧୫/୫,(ଉତ୍କଳ ସମାଚାର): ଶ୍ରୀ ବେଦବ୍ୟାସ ଗୋଶାଳା ସମିତିର ବାର୍ଷିକ ସାଧାରଣ ଅଧିବେଶନ ଗୋ-ମନ୍ଦିର ପ୍ରାଙ୍ଗଣରେ ମହାଆଡମ୍ବର ଓ ଶ୍ରଦ୍ଧାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜର ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସହିତ ଆଜୀବନ ସଦସ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭ ହନୁମାନ ଚାଳିଶା ପାଠ ସହ ଶୁଭାରମ୍ଭ କରାଯାଇଥିଲା। ତତ୍ପରେ ପହଲଗାମ୍ ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ଦେଶବାସୀ ଏବଂ ସୀମାରେ ବଳିଦାନ ଦେଇଥିବା ବୀର ସୈନିକଙ୍କ ପ୍ରତି ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏହି ସାଧାରଣ ଅଧିବେଶନରେ ଅଧ୍ଯକ୍ଷ ଅଶୋକ ଅଗ୍ରୱାଲ (ବରସୁଆଁ) ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଗୋଶାଳା ଦ୍ବାରା ବିଗତ ଦୁଇ ବର୍ଷ ମଧ୍ୟରେ କରାଯାଇଥିବା ସେବା କାର୍ଯ୍ୟର ଉପସ୍ଥାପନ କରିଥିଲେ। ସମ୍ପାଦକ ପ୍ରତୀକ କାୟଲଙ୍କ ଦ୍ବାରା ସମ୍ପାଦକୀୟ ବିବରଣୀ ପାଠ କରାଯାଇଥିଲା। ଯେଉଁଥିରେ କାର୍ଯ୍ଯକାଳର ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା। କୋଷାଧ୍ୟକ୍ଷ କୈଳାଶ ମାରୋଠିଆ ଦୁଇ ବର୍ଷର ହିସାବ ବୀବରଣୀ ପ୍ରଦାନ କରିଥିଲେ, ଯାହାକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା। ଏହି ସାଧାରଣ ପରିଷଦ ବୈଠକର ବରସୁଆଁର ଅଶୋକ ଅଗ୍ରୱାଲଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ଅଧ୍ଯକ୍ଷ ଭାବରେ ନିଯୁକ୍ତ କରାଯାଇ ପ୍ରସ୍ତାବ ପାରିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *