ଖେଳମୁଖ୍ୟ ଖବରରାଜ୍ୟ

ସେକ୍ଟର ୯ ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ଏକ ଇଣ୍ଟର ରାଉରକେଲା ଭଲିବଲ ପ୍ରତିଯୋଗିତା  ଅନୁଷ୍ଠିତ

ରାଉରକେଲା,୨୨/୧ (ଉତ୍କଳ ସମାଚାର): ସେକ୍ଟର ୯ ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ଏକ ଇଣ୍ଟର ରାଉରକେଲା ଭଲିବଲ ପ୍ରତିଯୋଗିତା ଇତି ମଧ୍ୟରେ ସେକ୍ଟର ୯ ମାର୍କେଟ ପଡିଆ ରେ ଅନୁଷ୍ଠିତ ହୋଇ ଯାଇଛି. ଚଳିତ ଜାନୁଆରୀ 20&21ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଥିବା ଏହି ପ୍ରତିଯୋଗିତା ରେ ମୋଟ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ. ନକ ଆଉଟ୍ ଭିତ୍ତି ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ଚାରୋଟି ଦଳ ଯଥା ସେକ୍ଟର ନଅ , ସିଭିଲ ଟାଉନସିପ, ଜଲଦା ଓ ରାଇଡିଂ କ୍ଲବ୍ ସେକ୍ଟର _20 ସେମି ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରି ଥିବା ବେଳେ, ଶେଷରେ ସିଭିଲ ଟାଉନସିପ ଓ ରାଇଡିଂ କ୍ଲବ ମଧ୍ୟ ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇ ଥିଲା. ଏହି ସଙ୍ଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ୍ ରେ ୨-୧ ରେ ସିଭିଲ ଟାଉନସିପ କୁ ହରାଇ ରାଇଡିଂ କ୍ଲବ ସେକ୍ଟର _20ଚମ୍ପିୟାନ ହୋଇଥିଲା. ଚମ୍ପିୟାନ ଦଳ କୁ 6୦୦୦ ଓ ରନର ଅପ୍ ଦଳକୁ 5୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା. ଏତଦ୍ ବ୍ୟତୀତ ସେକ୍ଟର 20 ର ଖେଳାଳି ଉଦିତ ଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଓ ସିଭିଲ ଟାଉନସିପ ଦଳ ର ରାଜୁ ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା.ଏହି ପ୍ରତିଯୋଗିତା ରେ ରେଫ୍ରୀ ଭାବରେ ଷ୍ଟେଟ କ୍ୱାଲିଫାଏ ରେଫରୀ ଶ୍ରୀ ରାଜୀବକୁମାର ମହାନ୍ତି, ଶ୍ରୀ କାସୀ ନାଥ ସୁନା, ସିମାଞ୍ଚଳ ମହାରଣା ଖେଳ କୁ ପରିଚାଳନା କରିଥିଲେ. ସେକ୍ଟର ୯ ସ୍ପୋର୍ଟସ କ୍ଲବ ର ମୁଖ୍ୟ ଶ୍ରୀ ମାନସ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ରେ ପ୍ରବଳ ଜନ ସମାଗମ ହୋଇଥିଲା. ଏହି ପ୍ରତିଯୋଗିତା ର ଉଦ୍ ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭଲିବଲ୍ ଦଳ ର ପୂର୍ବତନ ଭଲିବଲ୍ ଖେଳାଳି ଓ ଅଲ ଓଡିଶା ଚେସ ର ସଭାପତି ଶ୍ରୀ ଗୋବିନ୍ଦ କୁମାର ମହାପାତ୍ର ଓ ଯୋଗ ଦେଇ ଥିବା ବେଳେ,ସେକ୍ଟର ୯ ମଙ୍ଗଳା ମନ୍ଦିର କମିଟି ର ସଭାପତି ଶ୍ରୀ ବିଜୟ ମହାରଣା, ସେକ୍ଟର ୯ ୱେଲଫେୟାର କମିଟି ର ସଭାପତି ଶ୍ରୀ କେଦାର ନାଥ ପରିଡ଼ା, ସେକ୍ଟର ୯ କମ୍ୟୁନିଟୀ ସେଣ୍ଟର୍ ସମ୍ପାଦକ ଶ୍ରୀ ଜୟନ୍ତ ମଲ୍ଲିକ ଓ ଦୁର୍ଗା ପୂଜା ର ସମ୍ପାଦକ ଶ୍ରୀ ଅଶୋକ କୁମାର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ. ଏବଂ ଉଦଯାପନୀ ସନ୍ଧ୍ୟା ରେ ରଘୁନାଥପାଲି ର ସମ୍ମାନୀୟ ବିଧାୟିକ ଶ୍ରୀ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ଖେଳାଳି ମାନଙ୍କ ର ଉତ୍ସାହ ବୃଦ୍ଧି କରିବା ସହ ପୁରସ୍କାର ପ୍ରଦାନ କରିଥିଲେ. ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତା କୁ ସେକ୍ଟର ୯ ୱେଲ୍ ଫେୟାର କମିଟି ର ସଦସ୍ୟ ଶ୍ରୀ ବରୋଦା ପ୍ରସନ୍ନ ଦାସ, ଶ୍ରୀ ପୂର୍ଣା ନନ୍ଦ ବାରିକ, ସତ୍ୟ ନାରାୟଣ ନେଟି ,ଅଶୋକ ମଣ୍ଡଳ, ପ୍ରକାଶ ଦାସ, ରଶ୍ମିରଞ୍ଜନ ଦାସ ସୁଦେବ ମହାନ୍ତି, ସଦାଶିବ ବେହେରା,ପ୍ରଫୁଲ୍ଲ ରାଉତ, ପ୍ରସନ୍ନ ମହାନ୍ତି, ପ୍ରଶାନ୍ତ ଗଡ଼ନାୟକ,ବିଜୟ ସାହୁ, ପୂର୍ଣ୍ଣ ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା,ଭାଗବତ ନାୟକ, ନାରାୟଣ ବାରିକ, ସୋମାୟା ସୋରେନ, ପରିକ୍ଷିତ ଗୁରୁ,ଓ ସେକ୍ଟର ୯ ସ୍ପୋର୍ଟସ କ୍ଲବ ର ସଦସ୍ୟ ଅକ୍ଷୟ, କମଳ, ଧୀରୁ,ମନୁ,ସୌମ୍ୟ. ମନୋଜ,ଦୀପକ,ଗୋପାଳ, ଗଗନ, , କରୁଣା, ରାଜୀବଦାସ, ସୁଶାନ୍ତ, ମୃତୁଞ୍ଜୟ, ବିଶ୍ଵ, ରାଜୀବ ପଣ୍ଡା,ବିଜୟ,ଓ ବାଦଲ , ଦେବା ପଣ୍ଡା, ଦେବାଶିଷ, ଡାକ୍ତର ମାରାଣ୍ଡି, ଜ୍ଞାନ ପ୍ରମୁଖ ସହଯୋଗ କରି ଥିଲେ.

Leave a Reply

Your email address will not be published. Required fields are marked *