ମହାନଗରମୁଖ୍ୟ ଖବରରାଜ୍ୟ

ଇଣ୍ଡୋ ଇଂଲିଶ୍ ସ୍କୁଲରେ ଶ୍ରଦ୍ଧାଞ୍ଜଳି ଦିବସ

ରାଉରକେଲା,୨୨/୮(ଉତ୍କଳ ସମାଚାର):: ଇଣ୍ଡୋ ଇଂଲିଶ୍ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତଃ ଏମ. ବି. ମୁଖାର୍ଜୀ, ଛାତ୍ର ଅଭିଲାଷ ନାୟକ, ସୁପ୍ରିୟା ପାଣିଗ୍ରାହୀ, ମୁକେଶ ବିରଜାନିଆ, ଅନୁପମ ସିଂହ, ବଦ୍ରିନାରାୟଣ ରଥ, ଅପର୍ଣ୍ଣା ଦାସଗୁପ୍ତା ଏବଂ ସଂଗୀତଜ୍ଞ ଦେବୁ ଦାସଗୁପ୍ତାଙ୍କ ସମ୍ମାନାର୍ଥେ ୨୨ ଅଗଷ୍ଟ, ଶୁକ୍ରବାର ଦିନ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଥିଲା । ୨୦୦୪ ମସିହାର ଏହି ଦିନରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଏମାନେ ମୃତ୍ୟୁବରଣ କରିଥିଲେ । ଆଜି ଏହି ଅବସରରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରିନ୍ସିପାଲ୍ ଶ୍ରୀମତୀ ମଞ୍ଜୁ ମୁଖାର୍ଜୀ, ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କେ. ବିଶ୍ୱନାଥ, ପରିଚାଳନା କମିଟିର ସଭାପତି ଶ୍ରୀମତୀ ବାସନ୍ତୀ ମହାନ୍ତି, ପରିଚାଳନା କମିଟିର ସମ୍ପାଦକ ଶ୍ରୀମତୀ କାଚଂନ ମିଶ୍ରଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦିବଙ୍ଗତ ଆତ୍ମାଙ୍କ ସମ୍ମାନାର୍ଥେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଏବଂ ଶିକ୍ଷକମାନେ ଭଜନ ପରିବେଷଣ କରିଥିଲେ । ଇଣ୍ଡୋ ଇଂଲିଶ୍ ସ୍କୁଲର ଛାତ୍ରମାନେ ଦିବଙ୍ଗତ ଆତ୍ମାଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମିହିର ଫାଉଣ୍ଡେସନ ଦ୍ୱାରା ପରିଚାଳିତ ମାଗଣା ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ । ସେମାନେ ସ୍ୱର୍ଗତଃ ଏମ. ବି. ମୁଖାର୍ଜୀଙ୍କ ଏକ ଚିତ୍ର, ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଙ୍କି ସ୍କୁଲକୁ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *