Uncategorized

ଏନ୍ଆଇଟି ରାଉରକେଲାର ୨୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ରାଉରକେଲା ୬/୯,(ଉତ୍କଳ ସମାଚାର):  ଏନ୍ଆଇଟି ରାଉରକେଲାର ୨୩ତମ ସମାବର୍ତ୍ତନ ଉତ୍ସବ ଆଜି ଏନ୍ଆଇଟି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ୨୩ତମ ସମାବର୍ତ୍ତନ ଉତ୍ସବରେ, ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲା ବେଳେ ଅଧ୍ଯକ୍ଷତା କରିଥିଲେ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ। ସମ୍ମାନୀୟ ଅତିଥି ଭାବରେ ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (ଏଲ୍ ଆଣ୍ଡ୍ ଟି)ର ସିଏମଡି ତଥା ଏନ୍ଆଇଟି ରାଉରକେଲା ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟମ୍ ଯୋଗଦେଇଥିଲେ।   ଏହି ୨୩ତମ ସମାବର୍ତ୍ତନ ଉତ୍ସବରେ ଚଳିତ ବର୍ଷ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଏନ୍ଆଇଟିର ୬ ଜଣ ଡିଗ୍ରୀଧାରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଶିକ୍ଷାଗତ ଉତ୍କର୍ଷତା ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନ୍ଆଇଟି)ର ୧୯୪୮ ଡିଗ୍ରୀ ସହିତ ୯ ପ୍ରତିଷ୍ଠାନ ସ୍ୱର୍ଣ୍ଣ ପଦକ, ୭ ଏଣ୍ଡାଉମେଣ୍ଟ ସ୍ୱର୍ଣ୍ଣ ପଦକ ପ୍ରଦାନ ସହିତ ୯ ଏଣ୍ଡାଉମେଣ୍ଟ ପୁରସ୍କାର ଏବଂ ୫୮ ରୌପ୍ୟ ୨୦୨୫ ମସିହାର ସ୍ନାତକୋତ୍ତର ବ୍ୟାଚର ଶାଖା ଟପରମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା। ଏହା ସହିତ ଏନ୍ଆଇଟି ରାଉରକେଲା ଏହାର ବିଶିଷ୍ଟ ପୂର୍ବତନ ଛାତ୍ରମାନଙ୍କୁ ସ୍ୱୀକୃତି ଦେବା ସହିତ ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ଏବଂ ସମାଜ ଉପରେ ଏକ ବ୍ୟାପକ ପ୍ରଭାବ ସୃଷ୍ଟି କରିଛନ୍ତି, ଚଳିତ ବର୍ଷ ସମ୍ମାନିତ କରାଯାଇଥିଲା। ଏଥିରେ ବିଶିଷ୍ଟ ପୂର୍ବତନ ଛାତ୍ର ପୁରସ୍କାର (DAA)-୨୦୨୫ ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ଅଛନ୍ତି ଶିକ୍ଷା ଏବଂ ଗବେଷଣା ବର୍ଗ ପ୍ରଫେସର ଅରବିନ୍ଦ ରାଉତରାୟ (ପ୍ରଫେସର ଏବଂ ଡିନ୍ (ଭିତ୍ତିଭୂମି-ବୈଦ୍ୟୁତିକ, ଇଲେକ୍ଟ୍ରୋନିକ୍ସ ଏଣ୍ଡ୍ କମ୍ପ୍ୟୁଟିଂ, ଆଇଆଇଟି, ଖଡ଼ଗପୁର)। ଶ୍ରୀ ରାଉତରାୟ ୧୯୮୯ ବ୍ଯାଚର ବି.ଏସ୍.ସି. (ବୈଦ୍ୟୁତିକ ଇଞ୍ଜିନିୟରିଂ)। ଏଥିସହିତ ଶିଳ୍ପ ଏବଂ ପରିଚାଳନା ବର୍ଗର ରଞ୍ଜନ ନାୟକ (ସିଇଓ, ଜେଏସଡବ୍ଲୁ ମୋଟର୍ସ) ତଥା ୧୯୯୨ ବ୍ଯାଚର ବି.ଏସ୍.ସି. ଇଞ୍ଜିନିୟରିଂ (ଖଣି ଇଞ୍ଜିନିୟରିଂ)। ଉଦ୍ୟୋଗ ଏବଂ ସାଧାରଣ ଜୀବନ ବର୍ଗର ସୁଆରଲ ପନ୍ଥ (ଗୋ-ପ୍ରତିଷ୍ଠାତା ଏବଂ ସିଇଓ ୱାନ୍ ଆସିଷ୍ଟି) ୧୯୯୧ ବ୍ଯାଚ ବି.ଏସ୍.ସି. (ବୈଦ୍ୟୁତିକ ଇଞ୍ଜିନିୟରିଂ)। ଜାତୀୟ ପ୍ରତିଷ୍ଠାନର ଅଭିବୃଦ୍ଧିରେ ଅବଦାନ ବର୍ଗରେ ଡକ୍ଟର ବୀରେନ୍ଦ୍ର ଜେନା (ପୂର୍ବତନ ପ୍ରିନ୍ସିପାଲ ଇଞ୍ଜିନିୟର, ଆରଟିଆଇ ଇଣ୍ଟରନ୍ୟାସନାଲ ମେଟାଲ୍ସ, ଓହାଇଓ, ଆମେରିକା) ତଥା ୧୯୭୩ ବ୍ଯାଚ୍ ବି.ଏସ୍.ସି. ଇଞ୍ଜିନିୟର (ଧାତୁ ଏବଂ ସାମଗ୍ରୀ ଇଞ୍ଜିନିୟରିଂ)  ଏହି ୨୩ତମ ସମାବର୍ତ୍ତନ ଉତ୍ସବରେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ତାଙ୍କ ବକ୍ତବ୍ୟରେ କହିଥିଲେ, ଯେ ନାଲକୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ଆମ ସହିତ ପାଇ ଆମେ ଗର୍ବିତ।ଏହା ଆମର ସମସ୍ତ ଛାତ୍ରଙ୍କ ପାଇଁ ଏକ ଅତୁଳନୀୟ ନେତୃତ୍ୱ ଏବଂ ବୈଷୟିକ ବିଶେଷଜ୍ଞତା ସହିତ ପ୍ରେରଣା। ଏନ୍ଆଇଟି ରାଉରକେଲାର ୨୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ସେ ଘୋଷଣା କରି କହିଥିଲେ ଯେ, ୧୦୪୪ ବି.ଟେକ୍., ୧୯ ବି.ଆର୍କି., ୪୪ ଡୁଆଲ୍ ଡିଗ୍ରୀ (ବି. ଟେକ୍. ଏବଂ ଏମ. ଟେକ୍.), ୬୫ ଇଣ୍ଟିଗ୍ରେଟେଡ୍ ଏମ.ଏସ.ସି. (୫ ବର୍ଷ), ୧୭୦ ଏମ୍.ଏସ.ସି., ୨୫ ଏମ୍.ଏ., ୬୬ ଏମ୍.ବି.ଏ., ୪୨୨ ଏମ୍.ଟେକ୍., ଏବଂ ୯୩ ପି.ଏଚ.ଡି. ଛାତ୍ରଛାତ୍ରୀ ଆଜି ସେମାନଙ୍କର ଡିଗ୍ରୀ ଗ୍ରହଣ କରିଛନ୍ତି। ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର ରାଓ ସମସ୍ତ ଡିଗ୍ରୀ ଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ୧୯୬୧ ମସିହାରେ ପ୍ରତିଷ୍ଠିତ, ଏନ୍ଆଇଟି ରାଉରକେଲାର ବିଭିନ୍ନ କ୍ଷେତ୍ରରେ ଦେଶ ପ୍ରତି ଦୀର୍ଘକାଳୀନ ଅବଦାନ ରହିଛି ବୋଲି କହିଥିଲେ। ବର୍ଷ ବର୍ଷ ଧରି ଏହି ପ୍ରତିଷ୍ଠାନ ଭାରତର ଏକ ଉଚ୍ଚମାନର ବୈଷୟିକ ପ୍ରତିଷ୍ଠାନରେ ପରିଣତ ହୋଇଛି, ୧୨ଟି ବିଭାଗରେ ୧୫ଟି ବିଷୟରେ ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ଡିଗ୍ରୀ, ଯୋଜନା ଏବଂ ସ୍ଥାପତ୍ୟ ବିଭାଗ ଦ୍ୱାରା ସ୍ଥାପତ୍ୟରେ ସ୍ନାତକ MBA ୧୩ଟି ବିଭାଗ ଅଧୀନରେ ୩୧ଟି ବିଶେଷଜ୍ଞତାରେ M.Tech ଡିଗ୍ରୀ, ୪ଟି ବିଭାଗରେ ୪ଟି ଡୋମେନରେ M. Tech ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମ, ବିଭିନ୍ନ ବିଜ୍ଞାନ ଏବଂ କଳା ଷ୍ଟ୍ରିମରେ ସମନ୍ୱିତ ମାଷ୍ଟର ପ୍ରୋଗ୍ରାମ, ଯେପରିକି ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ, ଜୀବନ ବିଜ୍ଞାନ, ପ୍ରୟୋଗିତ ଭୂତତ୍ତ୍ୱ ଏବଂ ବାୟୁମଣ୍ଡଳୀୟ ବିଜ୍ଞାନରେ ଡିଗ୍ରୀ ପ୍ରଦାନ କରାଯାଇଛି।  ସେହିପରି ଲାର୍ସନ ଆଣ୍ଡ ଟୁବ୍ରୋର ସିଏମଡି ତଥା ଏନ୍ଆଇଟି ରାଉରକେଲାର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ଯକ୍ଷ ଏସ୍ ଏନ୍ ସୁବ୍ରମଣ୍ୟମ ତାଙ୍କ ବକ୍ତବ୍ୟରେ ଏନ୍ଆଇଟିରୁ କୃତିତ୍ବ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଶୁଭକାମନା ଜଣାଇଥିଲେ। ଏଥିସହିତ ଏନ୍ଆଇଟିର ଛାତ୍ରଛାତ୍ରୀଙ୍କ ପାଇଁ କର୍ମକ୍ଷେତ୍ରରେ ବହୁ ସୁଯୋଗ ରହିଛି ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିପାରିବେ। ଏନ୍ଆଇଟି ରାଉରକେଲା ଦେଶର ଶିକ୍ଷା, ଗବେଷଣା ଓ ବିକାଶ ପ୍ରକ୍ରିୟାରେ ପାରଦର୍ଶିତା ଲାଭ କରିଛି, ସେଥିପାଇଁ ସେ ଏନ୍ଆଇଟି ରାଉରକେଲାକୁ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *