Uncategorized

କଳିଙ୍ଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ସୁନାବେଡା ଚମ୍ପିୟାନ

ରାଇଘର. ନରସିଂବାଘ(ଉତ୍କଳ ସମାଚାର )ତା 07/09-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ତୁରୁଡ଼ିହି (ଡିଏନକେ)ଠାରେ ଚାଲିଥିବା କଳିଙ୍ଗ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଛି |ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ଯୋଗଦେଇ ଖେଳାଳି ଓ ଖେଳପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି |ପ୍ରକାଶ ଥାଉକି, କଳିଙ୍ଗ ଫୁଟବଲ କ୍ଲବ ଦ୍ୱାରା ଆୟୋଜିତ ଉକ୍ତ ଟୁର୍ନାମେଣ୍ଟରେ କେରଳ, କୋଲକାତା, ଝାରଖଣ୍ଡ, ମହାରାଷ୍ଟ୍ର, ବିଳାସପୁର, କଟକ, ଭୁବନେଶ୍ୱର, ସୁନାବେଡା ଓ ସମ୍ବଲପୁର ଆଦି ରାଜ୍ୟ ଓ ଜିଲ୍ଲାର ଫୁଟବଲ ଖେଳାଳୀମାନେ ଭାଗନେଇ ଖେଳ ପ୍ରଦର୍ଶନ କରିଥିଲେ |ଖେଳ ପ୍ରତିଯୋଗିତାର ଅନ୍ତିମ ଦିନରେ ସୁନାବେଡା ଓ ଭୁବନେଶ୍ୱର ମଧ୍ୟରେ ଫାଇନାଲ ଖେଳ ଖେଳାଯାଇଥିଲା |ଏହି ଫାଇନାଲ ଖେଳରେ ସୁନାବେଡା ଭୁବନେଶ୍ୱର ଦଳକୁ ପରାସ୍ତ କରି ଚମ୍ପିୟାନ ଟ୍ରଫି ହଟେଇଛି |ଖେଳ ଦେଖିବା ପାଇଁ ପ୍ରତିଦିନ ଆଖପାଖ ଅଂଚଳରୁ ଶତାଧିକ ଦର୍ଶକ ଖେଳ ପଡିଆରେ ଭିଡ଼ ଜମେଇ ଖେଳର ଆନନ୍ଦ ନେଇଥିଲେ |ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ତପନ ଦେବନାଥ, ଅସୀମ ହାଲଦାର, ବିଶ୍ୱନାଥ ଶୀଲ, କମଳ ବଚର, ସରପଞ୍ଚ କୁନ୍ତୀ ଗଣ୍ଡ ପ୍ରମୁଖ ଉଦଯାପନୀ ଦିବସରେ ଉପସ୍ଥିତ ରହି ଖେଳାଳୀ ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିବା ସହ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା, ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣନ୍ତୁ କହି ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ |

Leave a Reply

Your email address will not be published. Required fields are marked *