ରାଏବଗା ଲ୍ୟାବ୍ସ ରେ ୯୭.୬୦ ହଜାର ଟଙ୍କା ଦୁର୍ନୀତି ମାମଲା ର କାଉନସିଲ ରେ ପାଟିତୁଣ୍ଡ ହେବାରୁ ହେଲା ସ୍ଥଗିତ
ରାଉରକେଲା:7//9,(ଉତ୍କଳ ସମାଚାର): ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟରେ ଶନିବାର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଏଆର୍ସିଏସ୍ ତଥା ମାମଲାର ତଦନ୍ତକାରୀ ଅଧିକାରିଣୀ ସୁଚିସ୍ମିତା ସଏଙ୍କ ତତ୍ତ୍ୱାବଧାନରେ ଏହି ସଭା ହୋଇଥିଲା। ଏଥିରେ ରାଏବଗା ଲ୍ୟାସରେ ହୋଇଥିବା – ଦୁର୍ନୀତି ଉପରେ ତର୍ଜମା କ କରାଯାଇଥିଲା। ରାଏବଗା ଲ୍ଯାମ୍ବର ୧୫ଜଣିଆ କମିଟି ଦୁଇଟି ଗୋଷ୍ଠୀରେ ଭାଗ ହୋଇ ପରସ୍ପର ବିରୋଧରେ ଅଭିଯୋଗ ଗ ଆଣିବାରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଫଳରେ ସଭାକୁ ବନ୍ଦ ରଖାଯାଇଥିଲା। ସୂଚନାଯୋଗ୍ୟ, ରାଏବଗା ଲ୍ୟାମ୍ପସରେ ୯୭.୬୦ଲକ୍ଷ ଟଙ୍କା ହେରଫେର କରାଯାଇଥିବା ନେଇ ଜିଲାପାଳ ଳଙ୍କ ନିକଟ ଟରେ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲ୍ୟାମ୍ସର ବାର୍ଷିକ ବଜେଟ – ଉପରେ ଡିଆରସିସିଙ୍କ ତତ୍ତ୍ୱାବଧାନରେ ହାଇଥିଲା। ଅଡିଟରୁ ଏକ ସ୍ବତନ୍ତ୍ର ଅଡିଟ୍ ହୋଇଥୁଳ ବ୍ୟାପକ ଦୁର୍ନୀତି ହୋଇଥିବ ଇଥିବା ଜଣାପଡିବା ପରେ ରାଉରକେଲା ଭିଜିଲାନ୍ସ ବିଭାଗକୁ ଏହି ମାମଲା ହସ୍ତାନ୍ତର କରାଗଲା। ତଦନ୍ତରେ ଦୁର୍ନୀତି ଅଜଣାପଡିବା ପରେ ଗତ ତା.୨୮ ୨୩।୨୫ରିଖରେ ଲ୍ୟାମ୍ସ ଏମ୍ଡି ଚିତ୍ତରଞ୍ଜନ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ମାତ୍ର ପରେ ସେ ଜାମି ଜାମିନରେ ମୁକୁଳିବା ପରେ ତା.୨୮ ୩୭ 198 ରିଖ ଓ ତା.୨୯ ।୭।୨୫ରିଖ ଦୁଇଦିନ ଧରି ରାଏବଗା ଲ୍ୟାମ୍ସ ଦାୟିତ୍ଵ ତୁଲାଇଲେ। ଏହାକୁ ନେଇ ବିଭାଗୀୟ ଅଧିକାରୀ ହରଡଘଣାରେ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଏ ସମ୍ପର୍କରେ ରାଉ ଉରକେଲା ଏଆର୍ସିଏସ୍ ବିକାଶ ସାମଦଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାର୍ଲିଛି ବୋଲି କହିବା ସହିତ ଏ ବିଷୟରେ ଏବେ କିଛି କହିବା ଉଚିତ ହେବ ନାହିଁ ବୋଲି ସେ ମନ୍ତବ୍ୟ ଦେଇଥିଲେ। ସେହିପରି ରାଉରକେଲା ଭିଜିଲାନ୍ସ ଏସ୍ପି ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ, ଆମ ବିନା ଅନୁମୋଦନରେ ରାଏବଗା ଲ୍ୟାମ୍ସର ପୂର୍ବତନ ଏମ୍ଡି ଲ୍ୟାମ୍ପସରେ ଦୁଇଦିନ ଦାୟିତ୍ଵ ତୁଲାଇବା ଆଇନସମ୍ମତ ନୁହେଁ। ଏଭଳି ଆଦେଶ କିଏ ଦେଲେ ତାହା ଜଣାପଡିନାହିଁ । ଏ ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଖୁବ୍ଶୀଘ୍ର ଆଇନ ଉଲଂଘନକାରୀଙ୍କ ଉପରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ପାଣିଗ୍ରାହୀ କହିଥିଲେ।
