Uncategorized

ରାଉରକେଲା ରଘୁନାଥପାଲ୍ଲୀ ପୁଲିସ ଦ୍ବାରା ବେଆଇନ ବାଣ ଜବତ୍

ରାଉରକେଲା ୧୯/୯,(ଉତ୍କଳ ସମାଚାର): ଗୁରୁବାର ସେପ୍ଟେମ୍ବର ୧୮ ତାରିଖରେ ରଘୁନାଥପାଲ୍ଲୀ ଥାନାର ଏସ୍ଆଇ ଏଚ୍.ପ୍ରଧାନ ଥାନା କର୍ମଚାରୀଙ୍କ ସହିତ ରାଉରକେଲାର ପାନପୋଷ ବସ୍ତିରେ ଏକ ବାଣ ମାମଲା ଚିହ୍ନଟ କରିଥିଲେ। ଅଭିଯୁକ୍ତ ଆଦିତ୍ କୁମାର ସାହୁ ଆଗାମୀ ଦୀପାବଳି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ରାଉରକେଲା ବଜାରରେ ବିକ୍ରୟ ଉଦ୍ଦେଶ୍ୟରେ କୌଣସି ଲାଇସେନ୍ସ କିମ୍ବା ଆଦେଶ ବିନା ବେଆଇନ ଭାବରେ ଫୋଟକା ରଖି ବିକ୍ରି କରୁଥିବାର ଜଣାପଡ଼ିଥିଲା। ବେଆଇନ ବାଣ ବିକ୍ରୟ ଅଭିଯୋଗରେ ଅଭିଯୁକ୍ତ ଆଦିତ କୁମାର ସାହୁ (୫୬)ଙ୍କୁ ଗିରଫ କରାଯିବା ସହିତ ବାଣକୁ ମଧ୍ଯ ଜବତ୍ କରାଯାଇଛି। ଅଭିଯୁକ୍ତ ଆଦିତ କୁମାର ସାହୁ (୫୬)ଙ୍କ ଘର ରାଉରକେଲା ପାନପୋଷ ବସ୍ତି ନିକଟସ୍ଥ ମ୍ୟୁନିସିପାଲ ହାଇସ୍କୁଲ ନିକଟରେ। ଅଭିଯୁକ୍ତଙ୍କ ଠାରୁ ଜବତ କରାଯାଇଥିବା ବାଣ ମଧ୍ୟରେ ରହିଛି ୪୧ ପ୍ଯାକେଟ୍ ଟାଇଗର୍ ବ୍ରାଣ୍ଡ୍ ବମ୍ (ପ୍ରତି ପ୍ଯାକେଟରେ ରହିଛି ୧୦ଟି ବମ୍), ୫୦ ପ୍ଯାକେଟ୍ ମିର୍ଚା ମୌରିର, ୩୬ ପ୍ଯାକେଟ୍ ବିଗ୍ ଫ୍ଲାଓ୍ବାର ଟପ୍ (ପ୍ରତ୍ୟେକ ପକେଟ୍‌ରେ ୧୦ଟି ରହିଛି), ୬୪ଟି ଚୁଟୁ ପୁଟୁ ପପ୍ ଅପ୍ ଥିବା ପକେଟ୍, ୩୫ ପ୍ଯାକେଟ୍ ଗ୍ରାଉଣ୍ଡ ଚକ୍ରି (ପ୍ରତ୍ୟେକ ପ୍ଯାକେଟରେ ୧୦ଟି ଚକ୍ରି), ୪୦ ପ୍ଯାକେଟ୍ ରକେଟ୍ (ପ୍ରତି ପ୍ଯାକେଟରେ ୧୦ଟି ରକେଟ୍), ୩୯ ପ୍ଯାକେଟ୍ ଝଲସୁଥିବା ତାରା, ୩୦ ପ୍ଯାକେଟ୍ ବୈଦ୍ୟୁତିକ ସ୍ପାର୍କଲର୍। ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସର ୨୮୮ ଧାରା ଏବଂ ଓଡିଶା ଫାୟାର ଓ୍ବାର୍କସ ଏଣ୍ଡ ଲାଉଡସ୍ପିକର୍ (ରେଗୁଲେସନ) ଆକ୍ଟ ସେକ୍ସନ ୫ ସହିତ ଇଣ୍ଡିଆନ ଏକ୍ସପ୍ଲୋସିଭ ଆକ୍ଟ ୯(ବି)(୧)(ବି)ରେ ରଘୁନାଥପାଲ୍ଲୀ ଥାନାର ମାମଲା ନମ୍ବର ୫୨୧ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *