ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ତଥା ଅଷ୍ଟମ ଅନୁଛେଦ ରେ ସାମିଲ ପାଇଁ ମନ୍ତ୍ରୀଙ୍କ କୌଣସି ପ୍ରସ୍ତାବ ନ ଥିବା ଦୁର୍ଭାଗ୍ୟର ବିଷୟ: ଇଂ ରୋହିତ ପୂଜାରୀ I
ସମ୍ବଲପୁର,20//9,(ଉତ୍କଳ ସମାଚାର),(ସରୋଜ ସାହୁ):ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀ ଚାଲିଥିବା ବିଧାନସଭା ଅଧିବେଶନରେ ମନ୍ତ୍ରୀଙ୍କ ଦ୍ଵିତୀୟ ଥର ପାଇଁ ଦେଇଥିବା ବକ୍ତବ୍ୟ ସମ୍ବଲପୁରୀ ଭାଷା କୁ ସରକାରୀ ମାନ୍ୟତା ପ୍ରଦାନ ତଥା ଅଷ୍ଟମ ଅନୁଛେଦ ରେ ସାମିଲ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନ ଥିବା କଥା ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ଦୁର୍ଭାଗ୍ୟର ବିଷୟ ବୋଲି ନିଜର ଭିଡ଼ିଓ ବାର୍ତ୍ତା ତଥା ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ଇଂ ପୂଜାରୀ ଏହି ମର୍ମରେ କହିଛନ୍ତି ଯେ ସରକାର ହେଉଛନ୍ତି ନିରନ୍ତର ପ୍ରକ୍ରିୟା, ଆମେ ସମସ୍ତେ ଭଲ ଭାବରେ ଜାଣିଛୁ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ ଏବଂ ଅଷ୍ଟମ ଅନୁଛେଦ ରେ ସାମିଲ ନିମନ୍ତେ ପ୍ରସ୍ତାବ ଦେଇଥିଲେ , କିନ୍ତୁ ବର୍ତ୍ତମାନ ଚିନ୍ତାର ବିଷୟ ହେଲା ସେହି ପ୍ରସ୍ତାବ ଗଲା କୁଆଡେ। ମୋହନ ସରକାର ବୁଝିବା ଦରକାର ଯେ ଏହି ଭାଷା ଖାଲି ପଶ୍ଚିମ ଓଡ଼ିଶାର ୨ କୋଟି ରୁ ଉର୍ଦ୍ଧ୍ବ ଜନସାଧାରଣ କହିନାହାନ୍ତି ବରଂ ଛତିଶଗଡ଼ ଏବଂ ଝାରଖଣ୍ଡର ଅନେକାଞ୍ଚଳରେ ଏହି ଭାଷା ପ୍ରଚଳିତ I ଏହା ସତ୍ତ୍ବେ ଯଦି ମୋହନ ସରକାରଙ୍କ ଦରଦ ନାହିଁ ସମ୍ବଲପୁରୀ ଭାଷା ପ୍ରତି ତାହେଲେ ଏହାଠୁ ଦୁଃଖର ବିଷୟ କିଛି ନାହିଁ, କାରଣ ବର୍ତ୍ତମାନର ସରକାର ବୁଝିବା ଦରକାର ଯେ ସମ୍ବଲପୁରୀ ଖାଲି ଆମର ଭାଷା ନୁହେଁ, ଏହା ଆମର ଅସ୍ଥିତ୍ଵ, ପରିଚୟ ଏବଂ ସମ୍ମାନ ଅଟେ। ଯଦି ଆଗାମୀ ଦିନରେ ସରକାର ଏହି ଦିଗରେ ସଜାଗ ନ ରୁହନ୍ତି ତେବେ ଆମେ ଆମ ସ୍ବାଭିମାନ, ଆମର ସମ୍ମାନ ଆମର ସମ୍ବଲପୁରୀ ଭାଷା ପାଇଁ ସବୁ ପ୍ରକାର ଲଢେଇ ଲଢ଼ିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଇଂ ରୋହିତ ପୂଜାରୀ ପ୍ରକାଶ କରିଛନ୍ତି।
