Uncategorized

ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଆଶ୍ରମ ପରିସରରେ ହୋହାଲ୍ଲା |

ରାଇଘର. ନରସିଂବାଘ (ଉତ୍କଳ ସମାଚାର )ତା 27/09-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ତୁରୁଡ଼ିହି ଗ୍ରାମରେ ଥିବା ବହୁଭାସି କେନ୍ଦ୍ର ବା ଆଶ୍ରମ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀର ଛାତ୍ର ମୃତ୍ୟୁବରଣ କରିବା ପରେ ସ୍କୁଲ ପରିସରରେ ଗ୍ରାମବାସୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି |ସୂଚନା ପ୍ରକାରେ, କଚରାପାରା 3 ପଂଚାୟତ ଅନ୍ତର୍ଗତ ଅଡଣ୍ଡି ଗ୍ରାମର ଦୟାଳୁ ଗଣ୍ଡଙ୍କ 12ବର୍ଷର ପୁଅ ମଙ୍ଗଳସିଂ ଗଣ୍ଡ ଏହି ବିଦ୍ୟାଳୟରେ ରହି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା |ପିଲାଟି ରକ୍ତ ହୀନତା ରୋଗର ଶିକାର ରହିଥିବା ବେଳେ ଗତକାଲି ସେ ଅତ୍ୟଧିକ ବାନ୍ତି ହୋଇଥିଲା |ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପିଅନ ମିଶି ପୁଅକୁ ଡାକ୍ତରଖାନା ନେଇଯିବା ପରିବର୍ତ୍ତେ ଏକ କ୍ଵାକ ପାଖରେ ନେଇ ଚିକିତ୍ସା କରେଇଥିଲେ |ପୁଅର ସ୍ୱାସ୍ଥ୍ୟ ବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରେ ଉଦୟପୁର ଡିଏନକେ ମେଡିକାଲକୁ ଘେନି ଯାଇଥିଲେ ଓ ସେଠାରେ ଚିକିତ୍ସା କରେଇ ପୁଅକୁ ତାର ବାପାମାଆ ପାଖେ ଛାଡି ଆସିଥିଲେ |ପୁଅର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତ୍ୱର ହେବାରୁ ପରିବାରଲୋକେ ହାଟଭରଣ୍ଡୀ ସ୍ଥିତ ମେଡିକାଲକୁ ଘେନି ଯାଇଥିଲେ ଓ ସେଇଠୁ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ଭର୍ତି କରିଥିଲେ |ଆଜି ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ପୁଅର ମୃତ୍ୟୁ ଘଟିଥିବା ବେଳେ ପୁଅର ମୃତ୍ୟୁ ଖବର ଶୁଣି ଗ୍ରାମବାସୀ ବିଦ୍ୟାଳୟରେ ଯାଇ ପ୍ରଧାନ ଶିକ୍ଷକକୁ ଗାଳିଗୁଲଜ କରିବା ସହିତ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି |ଏହି ଖବର ରାଇଘର ବିଇଓ ଙ୍କ କାନରେ ବାଜିବା ପରେ ବିଇଓ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରୁଥିବା ସମୟରେ ଗ୍ରାମବାସୀ ତାଙ୍କୁ ମଧ୍ୟ ଏକ କୋଠରୀ ଭିତରେ ତାଲା ମାରିଦେଇଥିବା ସୂଚନା ମିଳିଛି |ପରେ ମେଡିକାଲ ଟିମ ଓ ପୋଲିସ ସ୍କୁଲରେ ପହଂଚି ସ୍କୁଲର ପରିବେଶ ଖାଦ୍ୟପେୟ ସବୁ ଯାଞ୍ଚ କରିବା ସହିତ ଜନସାଧାରଣଙ୍କୁ ବୁଝାସୁଝା କରି ସ୍ଥିତିକୁ ଆୟତ୍ତ କରିବା ଉଦ୍ୟମ କରୁଥିବା ଜଣାପଡିଛି |ଏଠାରେ ଗ୍ରାମବାସୀଙ୍କ ଅଭିଯୋଗ ରହିଛି କି ଉକ୍ତ ବିଦ୍ୟାଳୟରେ ପିଲାଙ୍କ ଖାଇବା ପିଇବା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ |ଏନେଇ ଆଗରୁ ମଧ୍ୟ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଇଓ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ |ଯାହାର ପରିଣାମ ଆଜି ଏହି ପୁଅର ମୃତ୍ୟୁ ବୋଲି ନିନ୍ଦା କରାଯାଉଛି |ତେବେ ପ୍ରଶାସନ ତଥା ଶିକ୍ଷା ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା |

Leave a Reply

Your email address will not be published. Required fields are marked *