Uncategorized

ଷ୍ଟିଲ ଟାଉନସିପ୍ ରେ ସ୍ମାର୍ଟ ଲେଡିଜ କ୍ଲବ୍ ର ଦାଣ୍ଡିଆ ନାଇଟୀ।

ରାଉରକେଲା:28//9,(ଉତ୍କଳ ସମାଚାର):ଜଗତଜନନୀ ମା ଦୁର୍ଗାଙ୍କ ଧରାପୃଷ୍ଠକୁ ଆଗମନ ସହ ନବରାତ୍ରି ପୂଜାର୍ଚ୍ଚନା ଜାରି ରହିଛି। ଏହି ନବରାତ୍ରି ର ପଞ୍ଚମୀ ସଂଧ୍ୟା ରେ ସେକ୍ଟର 3 ସ୍ଥିତ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ହରପାର୍ବତୀ ମଣ୍ଡପରେ ରାଉରକେଲା ର ଅଗ୍ରଣୀ ସ୍ମାର୍ଟ୍ ଲେଡିଜ କ୍ଲବ୍ ପକ୍ଷରୁ ଏକ ଦାଣ୍ଡିଆ ନାଇଟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମା ଦୂର୍ଗାଙ୍କ ନଅ ଟି ପ୍ରତିମା ସ୍ଥାପନ ସହ ଏକ ଭାବ୍ଯ ପରିବେଶ ରେ ମହିଳା ଓ ଝିଅ ମାନେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସୁବ୍ରତ ତରାଇ, ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ସଭାପତି ଗିରିଜା ଶଙ୍କର ଦ୍ବିବେଦୀ,ଆଇନ ମହାବିଦ୍ୟାଳୟ ର ଅଧ୍ୟାପିକା ସମ୍ପାଦିକା ମାହାନ୍ତି,ସିପିସି ଷ୍ଟିଲ ଟାଉନସିପ୍ ର କାର୍ଯ୍ୟକାରୀ ସଦସ୍ୟ ତଥା ଶିକ୍ଷାବିତ୍ କମ୍ୟୁନିଷ୍ଟ ଗୌଡ, ସେବା ନିବୃତ ପୋଷ୍ଟ ମାଷ୍ଟର ଅନିରୁଦ୍ଧ ବିଶ୍ବଳ, ଚନ୍ଦ୍ର ଶେଖର କ୍ରୀଡା ସଂଗଠନ ର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା, ସମାଜସେବୀ ସୁଚିତ୍ରା ତନ୍ତୀ ପ୍ରମୁଖ ଯୋଗ ଦେଇ କ୍ଲବ୍ ର ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଅତିଥି ଦାଣ୍ଡିଆ ନୃତ୍ୟ ର ଆୟ ଆରମ୍ଭ ଓ ନବରାତ୍ରି ସମୟରେ ଏହାର ଆୟୋଜନ ର ଗୁରୁତ୍ଵ ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ପ୍ରତିଯୋଗିତା ଙ୍କୁ ମୂଲ୍ୟାୟନ କରିବା ପାଇଁ ବିଚାରକ ଭାବେ ବରିଷ୍ଠ ନୃତ୍ୟାଙ୍ଗନା ତଥା ମାଷ୍ଟର କେତକୀ ଭଟ୍ଟାଚାର୍ଯ୍ୟ ଓ କଳାକାର ଜୋର୍ତିମୟ ଆଚାର୍ଯ୍ୟ ଯୋଗଦେଇ ଥିଲେ। ଚଳିତବର୍ଷ ଦାଣ୍ଡିଆ କୁଇନି ଭାବେ ବନଜା ନାୟକ ବିଜେତା ହୋଇଥିବା ବେଳେ,ସୁନ୍ଦର ଉପସ୍ଥାପନା ପାଇଁ ତନୁ ପ୍ରଧାନ ଓ ସୁନ୍ଦର ପୋଷାକ ନିମନ୍ତେ ନିରୁପମା ପଣ୍ଡା ବିଜୟୀ ହୋଇଥିଲେ। କ୍ଲବ୍ ର ସଦସ୍ୟ ମାନଙ୍କ ମଧ୍ୟରେ ଆୟୋଜିତ ଦାଣ୍ଡିଆ ନୃତ୍ୟ ରେ ଅନ୍ନପୂର୍ଣ୍ଣା ମାହାନ୍ତି ବିଜୟୀ ହୋଇଥିବା ବେଳେ ଜୁନିଅର ମାନଙ୍କ ମଧ୍ୟରେ ପି.ପ୍ରିୟାଶିଂ ବିଜୟୀ ହୋଇଥିଲେ। ସ୍ମାର୍ଟ୍ ଲେଡିଜ କ୍ଲବ୍ ର ଅଧ୍ଯକ୍ଷା ଲୀନା ନାୟକ ଓ ସାଧାରଣ ସମ୍ପାଦକ ପ୍ରତିଭା ପ୍ରିୟଦର୍ଶିନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ଷ୍ଟିଲ ଟାଉନସିପ୍ ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହାକୁ ସଫଳ କରିବା ରେ କ୍ଲବ୍ ର ହେମଲତା ପ୍ରସାଦ, ପ୍ରତିରାଣୀ ରାଉତ, ଅନ୍ନପୂର୍ଣ୍ଣା ମାହାନ୍ତି,,କୌଶଲ୍ୟା ପୃଷ୍ଟି, ସସ୍ମିତା ସାହୁ,ରିତୁ ରଖା ସାହୁ, ନମିତା ଜୟପୁରିଆ,ମାନୀନି ଜେନା, ରଞ୍ଜିତା ପାତ୍ର,ଅମୀୟ ଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *