କେନ୍ଦୁଝର ରେ ଜାତୀୟ ରକ୍ତଦାନ ଦିବସ
କେନ୍ଦୁଝର:3//10,(ଉତ୍କଳ ସମାଚାର):ଅକ୍ଟୋବର ପହିଲା ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ରକ୍ତଦାନ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି , ଜିଲ୍ଲା ରକ୍ତକେନ୍ଦ୍ର ସଭାଗୃହ ରେ ଆୟୋଜିତ ସମାରୋହରେ ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ତଥା ରକ୍ତଦାତା ସଂଘ ସମ୍ପାଦକ ଶ୍ରୀ ଏ ଆର ଖାନ ଙ୍କ ସଭାପତିତ୍ଵ ରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୋଦ ବିହାରୀ ମିଶ୍ର ମୁଖ୍ୟ ଅତିଥି ,ଡିପିଏମ ନିତ୍ୟରଞ୍ଜନ ବରାଳ ସମ୍ମାନିତ ଅତିଥି ,ଡାକ୍ତର ଲୋମାପଦ ନାୟକ ପ୍ରଫେସର କମନ ମେଡ଼ିସିନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ର ଆବଶ୍ୟକତା ଓ ଉପଦେୟତା ସମ୍ପର୍କ ରେ ଆଲୋକପାତ କରିବା ସହିତ ସାମ୍ପ୍ରତିକ ସମୟରେ ରକ୍ତ ର ଆବଶ୍ୟକତା ପୂରଣ ପାଇଁ ଯୁବଗୋଷ୍ଠୀ ଆଗୁଆ ସୈନିକ ଭାବେ କାମ କରିବାର ଅପରିହାର୍ଜତା ରହିଛି ,ଏବଂ ଆହୁରି ଜନସଚେତନତା ଜରୁରୀ ହୋଇ ପଡିଛି ବୋଲି ପ୍ରକାଶ କରିଥିଲେ ,ଏ ଅବସରରେ ଦଶଜଣ ନିୟମିତ ରକ୍ତଦାତା ଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅକ୍ଷୟ ସାହୁ ସମାରୋହ ପରିଚାଳନା କରିଥିବା ବେଳେ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଵେଚ୍ଛାସେବୀ ଗଣ ରକ୍ତଦାନ କରିଥିଲେ
