ମହାନଗରମୁଖ୍ୟ ଖବରରାଜ୍ୟ

ଫେଡେରେସନ କପ୍ ଉଷୁ ପ୍ରତିଯୋଗୀତା ଫେବୃଆରୀ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ

ରାଉରକେଲା, ୨୧/୨(ଉତ୍କଳ ସମାଚାର): ଭାରତୀୟ ଉଷୁ ସଂଘ ଦ୍ବାରା ଝାଡଖଣ୍ଡ, ରାଞ୍ଚି ସହରର ଠାକୁର ବିଶ୍ବନାଥ ସହଦେଓ ଇନଡୋର ଷ୍ଟାଡିୟମ ଠାରେ ଆସନ୍ତା କାଲି ୨୨ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସପ୍ତମ ଫେଡେରେସନ କପ୍ ଉଷୁ ପ୍ରତିଯୋଗୀତା। ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ୧୬୦୦ ଜଣ ମହିଳା ଓ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରି ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦିତା କରିବେ। ଡିଷ୍ଟ୍ରିକ୍ଟ ସ୍ପୋର୍ଟସ ଉଷୁ ଆସୋସିଏସନ ଅଫ୍ ସୁନ୍ଦରଗଡ ନେତୃତ୍ବରେ ରାଉରକେଲାର ୪ଜଣ ଖେଳାଳୀ ଓ ୨ଜଣ ଅଧିକାରୀ, ୧୬ ଜଣିଆ ଓଡିଶା ଦଳ ସହ ଆଜି ରାଞ୍ଚି ଯାତ୍ରା କରିଛନ୍ତି। ୬୦କେଜି ପୁରୁଷ ବର୍ଗରେ ଦେବବ୍ରତ ଯାଦବ, ୬୫କେଜି ବର୍ଗରେ ଆକାଶ ପୂରନ, ୪୮କେଜି ମହିଳା ବର୍ଗରେ ରିଆ ଠାକୁର ଏବଂ ତାଉଲୁ ବର୍ଗରେ ଅମିତ ଶର୍ମା ପ୍ରତିଦ୍ବନ୍ଦିତା କରିବେ। ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁଜନ ରଥ ଓଡିଶା ଦଳର କୋଚ୍ ହୋଇ ଦଳରେ ସାମିଲ ହୋଇଥିବା ବେଳେ ନ୍ଯାସନାଲ ଜୁଡୋ ଟିକା ବାହାଦୁର ଟେକ୍ନିକାଲ ଅଫିସର ଭାବେ ଏଥିରେ ସାମିଲ ହୋଇଛନ୍ତି। ରାଜ୍ଯ ଉଷୁ ସଂଘର କୌଶଲ ଅଧିକାରୀ ପ୍ରଦ୍ୟୁମ୍ନ ବେହେରା ଓଡିଶା ଦଳର ନେତୃତ୍ବ ନେଉଛନ୍ତି। ରାଜ୍ଯ ଉଷୁ ସଂଘର ଅଧ୍ୟକ୍ଷ ଇଂ ସୁଧାଂଶୁ ଶେଖର ହରିଚନ୍ଦନ ସମେତ ଜିଲ୍ଲା ଉଷୁ ସଂଘ ସ୍ବାସର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ, ଉପସଭାପତି ରିତିକ୍ ପଣ୍ଡା ଯୁଗ୍ମ ସମ୍ପାଦକ ଅଜୟ ଲାକ୍ରା, ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ କୁମାର ନାୟକ, ପିଡବ୍ଲୁଡି ସୁପରିଟେଣ୍ଡିଂ ଇଂଜିନିୟର ମନୋଜ କୁମାର ମହାନନ୍ଦ ସହରର ବିଭିନ୍ନ ଖେଳ ଅନୁଷ୍ଠାନ ଜିଲ୍ଲା ଉଷୁ ଦଳର ସଫଳତା ପାଇଁ ସୁଭେଛା ଜଣାଇବା ସହ ସଫଳତା ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *